ପୂର୍ବତନ ନାଏବ ସରପଞ୍ଚଙ୍କ ପରଲୋକ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର)  : ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ଯୁବ ସମାଜସେବୀ  ସନ୍ତୋଷ କୁମାର ପଣ୍ଡା(ଟିଙ୍କା) ଙ୍କ ରବିବାର ମଧ୍ୟାହ୍ନରେ  ପରଲୋକ  ଘଟିଛି। ସେ କିଛି ଦିନ ହେଲା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ। ଅପରାହ୍ନରେ ମର ଶରୀରକୁ  ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରରୁ ଗାଁକୁ ଅଣାଯାଇଥିଲା। ତାଙ୍କ  ପରଲୋକ ଖବର ପାଇ ବିଭିନ୍ନ ପଞ୍ଚାୟତର ବହୁ ସଂଖ୍ୟକ ଜନପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି କଇଠଖଣ୍ଡିି ଗ୍ରାମ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ସନ୍ତୋଷ ଜଣେ ମେଳାପି, ମିଷ୍ଟଭାଷୀ ସହ ଭଲ କଣ୍ଠଶିଳ୍ପୀ ମଧ୍ୟ ଥିଲେ। ସେ ଅବିବାହିତ ରହିବା ସହ ସ୍ଥାନୀୟ ଭାଜପା ର ଜଣେ ସକ୍ରିୟ ଯୁବନେତା ଭାବେ କାମ କରୁଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରଯାଇଥିଲା। ତାଙ୍କ ପରଲୋକ ରେ ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର, ସରପଞ୍ଚ ମନୋରଞ୍ଜନ ଗୌଡ଼, ନଳିନୀ କାନ୍ତ ବିଷୋୟୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ମୃତ୍ୟୁ ସମୟରେ ମାଆ,ଭାଇ ପିଣ୍ଟୁ, ପୁତୁରା, ଝିଆରୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ