ଗଜପତିରେ ବିଜେପି ପ୍ରଭାରୀଙ୍କ ପ୍ରଥମ ଗସ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲାରେ ବିଜେପିର ସଦ୍ୟ ନିଯୁକ୍ତ ଗଜପତି ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁଙ୍କ ପ୍ରଥମ ଜିଲ୍ଲା ଗସ୍ତ କରି ବୁଥସ୍ତରୀୟ ଦଳୀୟ ସମୀକ୍ଷା ବୈଠକରେ ଦଳୀୟ କର୍ମୀମାନଙ୍କ ସହ ବହୁ ଗୁରୁତ୍ୱପୁର୍ଣ ବିଷୟରେ ଆଲୋଚନା କରିଛନ୍ତି । ପ୍ରଭାରୀଙ୍କୁ ସର୍କିଟ ହାଉସ୍ରେ ବିଭିନ୍ନ ନେତୃବୃନ୍ଦ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିବା ବେଳେ ପ୍ରଥମ ଗସ୍ତରେ ଦଳୀୟ କାର୍ଯ୍ୟାଳୟରେ ବୁଥ ସ୍ତରୀୟ ଦଳୀୟ ସମୀକ୍ଷା ବୈଠକ ହୋଇଥିଲା। କେନ୍ଦ୍ର ସରକାରଙ୍କ ଏସିଆଇଆର୍ ଯୋଜନା ନେଇ ମଧ୍ୟ କିପରି ସାଧାରଣ ଜନତା ସାମିଲ ହେବେ ସଚେତନତା ଆବଶ୍ୟକ ବୋଲି ପ୍ରଭାରୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାପତି ତଥା ପୂର୍ବତନ ବିଧାୟକ କେ. ନାରାୟଣ ରାଓ, ଜିଲ୍ଲାସଭାପତି ନବ କିଶୋର ଶବର, ମୋହନା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ, ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଇ. ପ୍ରଶାନ୍ତ, ଯୁବ ମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ର ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।


