ବାରାହ ଆକ୍ରମଣରେ ମହିଳା ଗୁରୁତର
ଛତ୍ରପୁର, (ଓ୍ବାଇଏନଏସ) : ଛତ୍ରପୁର ବ୍ଲକ ପୁରୁଣା ଛତ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଣା ଘଟିଛି । ବିଲରେ ଧାନ କାଟୁଥିବା ସମୟରେ ଏକ ବାରାହ ମହିଳା ଚାଷୀଙ୍କୁ ଆକ୍ରମଣ କରିଛି । ଫଳରେ ମହିଳାଙ୍କ ପେଟରେ ଶକ୍ତ ଆଘାତ ଲାଗିଛି । ମହିଳା ଜଣକ ଟି. ଯଶୋଦା(୪୫) ବୋଲି ଜଣାପଡିଛି । ଶ୍ୱାଶୁଙ୍କ ସହ ମିଶି ଆଜି ବିଲରେ ଧାନ କାଟୁଥିବା ବେଳେ ହଠାତ୍ କୁଆଡୁ ଗୋଟିଏ ବାରାହ ଆସି ଯଶୋଦାଙ୍କୁ ଆକ୍ରମଣ କରିଥିଲା । ମହିଳାଙ୍କ ପେଟକୁ ଆକ୍ରମଣ କରିଥିବାରୁ ଅନ୍ତଃପୁଟୁଳାରେ ଶକ୍ତ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଗ୍ରାମବାସୀ ଏବଂ ବରିଷ୍ଠ ସମାଜସେବୀ ଭାଗିରଥି ବେହେରା ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କାଟାପନ୍ନ ଥିବାରୁ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।ସେ ଜଣେ ନିହାତି ଗରିବ ଏବଂ ବିଧବା ମହିଳା ହୋଇଥିବା ରୁ ତାଙ୍କର ଉତ୍ତମ ଚିକିତ୍ସା ସହିତ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରିବା ନିମନ୍ତେ ଦାବୀ ହୋଇଛି, ଏହାସହିତ ଦିନ କୁ ଦିନ ବାରହା ଙ୍କ ଉପଦ୍ରବ ବଢିବା ରେ ଲାଗିଛି, ଏହାଯୋଗୁଁ ବହୁ ଫସଲ ନଷ୍ଟ ସହିତ ଲୋକ ମାନେ ବିଭିନ୍ନ ଅସୁବିଧା ସମ୍ମୁଖୀନ ହେଉଛନ୍ତି, ବାରହା ଦାଉରୁ କିପରି ରକ୍ଷା ମିଳିବ ସେଥିପାଇଁ ବନବିଭାଗ ପକ୍ଷରୁ କାର୍ଯ୍ୟ କରିବା ନିମନ୍ତେ ଦାବୀ କରାଯାଇଛି


