ଗୀତା ଜ୍ଞାନ ଯଜ୍ଞ ଉଦଘାଟିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ଗିତା ଜ୍ଞାନଯଜ୍ଞ ଜିଲ୍ଲା ସଂସ୍କୃତି ଭବନରେ ଶନିବାର ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ୱାମୀ ପ୍ରଜ୍ଞାନାନନ୍ଦଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏଥିସହିତ ଶ୍ରୀମଦ ଭାଗବତ ଗୀତାର ପ୍ରଥମ ଅଧ୍ୟାୟର କେତେରାଟି ଶ୍ଲୋକକୁ ବାଖ୍ୟା କରିବା ସହ ୫ଜ୍ଞାନେନ୍ଦ୍ରୀୟ ଓ ୫ଟି କାମଇନ୍ଦ୍ରୀୟ ଦ୍ୱାରା ମନୁଷ୍ୟ କିଭଳି ବସବର୍ତ୍ତୀ ହୋଇଯାଉଛି ସେ ସମ୍ପର୍କରେ ବିଷଦ ଭାବରେ ଆଲୋକପାତ କରିଥିଲେ। ପଶୁ ଓ ମନୁଷ୍ୟ ଭିତରେ ପାର୍ଥକ୍ୟ ଦର୍ଶାଇବାକୁ ଯାଇ ଶ୍ରୀମା’ କହିଲେ ଗୀତା ପଠନ ଦ୍ୱାରା ମନୁଷ୍ୟ ମାର୍ଗଦର୍ଶନ ପାଇଥାଏ। ସେହି ମାର୍ଗଦର୍ଶନ ଦ୍ୱାରା ମନୁଷ୍ୟ ଭିତରେ ଥିବା ପଶୁତ୍ୱକୁ ଦମନ କରି ଜଣେ ସୁଚରିତ୍ର ମଣିଷ ଭାବରେ ନିଜକୁ ଗଢିଥାଏ। ଦେଶର ଭବିଷ୍ୟତ ହେଉଛନ୍ତି ଯୁବପିଢୀ। ଆମ ର ଯୁବକଯୁବତୀମାନେ ଗୀତା ପାଠ କଲେ ଜଣେ ଜଣେ ସୁନାଗରିକ ହୋଇପାରିବା ସହ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ। ଏଥିସହ ଆମ ଦେଶ ଭାରତବର୍ଷ ମଧ୍ୟ ଏକ ଆଧ୍ୟାତ୍ମିକବାଦୀ ତଥା ଚରିତ୍ରବାନ ସୁନାଗରିକ ଗଠନ କରି ସୁନାମ ଅର୍ଜ୍ଜନ କରିପାରିବ ବୋଲି ଶ୍ରୀମା କହିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥମାନେ ଯୋଗଦେଇ ଅର୍ଶିବଚନ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ