ମିଶନ ଶକ୍ତି ଗୃହ ଓ ଗୋଷ୍ଠୀ ଗୃହ ଏବଂ ଅଙ୍ଗନୱାଡି ଗୃହର ଶୁଭ ଉଦଘାଟନ କଲେ ମାନ୍ୟବର କଟକ ମେୟର: ଶ୍ରୀ ସୁଵସ ସିଂହ
କଟକ, (ଓ୍ବାଇଏନଏସ): ମାନ୍ୟବର କଟକ ମେୟରଙ୍କ କରକମଳରେ କଟକ ମହାନଗର ନିଗମ ୱାର୍ଡ ନମ୍ବର ୩ ସ୍ତିତ ଜଜପଠା ଠାରେ ଏକ ମିସନ ଶକ୍ତି ଗୋଷ୍ଠୀ ଗୃହ ଏବଂ ଧବଳେଶ୍ୱର ଗଡା ଠାରେ ଅଙ୍ଗନୱାଡି କେନ୍ଦ୍ର ଗୃହର ଉଦ୍ଘାଟନ କରି ସ୍ତାନୀୟ ଅଂଚଳର ଜନସାଧାରଣ ମାନଙ୍କ ଉପଲଖେ ସମର୍ପିତ କରିଥିଲେ। ଏହି ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ସହିତ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପ୍ରଦୀପ କୁମାର ରାଉତ, ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ପ୍ରଳୟା ବେଉରା, ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପ୍ରଦୀପ ଖୁଣ୍ଟିଆ, ସୁଷମା ରାଣୀ ସୁବୁଧି, ଦୁର୍ଗା ଚରଣ ସିଂ,ସୁବଳ ଚରଣ ସୁବୁଧି, ଜଗନ୍ନାଥ ସ୍ୱାଇଁ , ସରିତା ମଞ୍ଜରୀ ଦାସ, ରାମଚନ୍ଦ୍ର ନାୟକ, ସୁରେନ୍ଦ୍ରନାଥ ମୁର୍ମୁ, ଶିବରାମ ମୁର୍ମୁ , ଚନ୍ଦୁ ହେମ୍ବ୍ରମ, ବାସନ୍ତୀ ମୁର୍ମୁ , ନୟନା ନାୟକ , ମମତା ନାୟକ , ସି.ଏମ.ସି ଯନ୍ତ୍ରୀ ଦିଲ୍ଲୀପ ସ୍ୱାଇଁ , ସି.ଏମ ସି ଅଧିକାରୀ ଓ କର୍ମଚାରୀ , ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଟି , ମହିଳା ଏବଂ ଅଙ୍ଗନୱାଡିର କୁନି କୁନି ପିଲା ପ୍ରମୁଖ ଉପସ୍ଥିତ ଥିଲେ।


