ଉପଖଣ୍ଡସ୍ତରୀୟ ଚଇତି ଇଡ଼ତାଲ ସାଂସ୍କୃତିକ ଉତ୍ସଵ ଓ ମେଳା ଉଦଘାଟିତ, ବିଧାୟକଙ୍କ ଚାଙ୍ଗୁ ଓ ଉପ-ଜିଲ୍ଲାପାଳଙ୍କ ଢୋଲ ବାଦ୍ୟ ମୁଖ୍ୟ ଆକର୍ଷଣ

ଗୁଣପୁର,(ୱାଇଏନଏସ): ରବିବାର ସନ୍ଧ୍ୟାରେ ଗୁଣପୁର ଉପ-ଖଣ୍ଡସ୍ତରୀୟ ଚଇତି ଇଡ଼ତାଲ ସାଂସ୍କୃତିକ ଉତ୍ସଵ ଓ ଉନ୍ନୟନ ମେଳା ଉଦଘାଟିତ ହୋଇଯାଇଛି। ଏହାକୁ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ମୁଖ୍ୟ ଅତିଥି ରୁପେ ଯୋଗଦେଇ ଉଦଘାଟନ କରି ଆଦିବାସୀ ଅଞ୍ଚଳର ଲୁକାୟତ ପ୍ରତିଭା ଓ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ନିମନ୍ତେ ପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିଥିଲେ। ଗୁଣପୁର ଅଞ୍ଚଳର କଳା ଓ ସଂସ୍କୃତି ଦେଶ ବିଦେଶରେ ପରିଚିତ ଥିବାରୁ ଏହାକୁ ଉଜ୍ଜୀବିତ ରଖିବା ପାଇଁ ବିଧାୟକ ଶ୍ରୀ ଗମାଙ୍ଗ ନିବେଦନ କରିଥିଲେ। ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର କଁହର ରାୟଗଡା ଜିଲ୍ଲାର ଲୋକ ସଂସ୍କୃତି ଉପରେ ଆଲୋକପାତ କରିଥିଲେ।ଉତ୍ସଵରେ ଅଧ୍ୟକ୍ଷତା କରି ଚଇତି କମିଟି ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଧୂଧାଲ ଅଭିଷେକ ଦିଲ୍ଲୀପ ଉତ୍ସବ ଆୟୋଜନର ଆବିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ଏହାର ସଫଳତା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଗୁଣପୁର ବିଡ଼ିଓ ସ୍ବସ୍ତିକ ଜମାଦାର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘାଟନ ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ଗିରିଧର ଗମାଙ୍ଗ ଉପସ୍ଥିତ ରହିଥିଲେ। ସଂଯୋଜିକା ବିଦ୍ୟୁଶା ଶତପଥିଙ୍କ ସଂଯୋଜନାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ଗିରିଧର ଗମାଙ୍ଗଙ୍କ ଦ୍ଵାରା ଚାଙ୍ଗୁ ବାଦ୍ୟ ପ୍ରଦର୍ଶନ ହୋଇଥିଲା। ସେହିପରି ଏମ ଆର ଆର୍ଟ ଭାରତୀ କଳା ସାଂସ୍କୃତିକ କେନ୍ଦ୍ର କଳାକାର,ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ପିଲା ମାନଙ୍କ ଦ୍ଵାରା ସବୁ ପ୍ରକାର ଚିତାକର୍ଷକ ନୃତ୍ୟ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଆଜି ସକାଳେ ଗୁଣପୁର ଜଗନ୍ନାଥ ମନ୍ଦିରରୁ ଆଜ୍ଞା ମାଳ ନେଇ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଆକର୍ଷଣ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅଙ୍ଗନବାଡି କର୍ମୀ,ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଲାଞ୍ଜିଆ ସୌରା ଓ ଡ଼ଙ୍ଗରିଆ କନ୍ଧଙ୍କ ନୃତ୍ୟ ଓ ବାଦ୍ୟ ଵାଜଣା ମଧ୍ୟରେ ନାଚି ନାଚି ନାଚି ସହର ପରିକ୍ରମା ବେଶ ଉପଭୋଗ୍ୟ ଥିଲା। ଶୋଭାଯାତ୍ରାରେ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର୍ର ସହ ଲୋକନୃତ୍ୟ , ସଂସ୍କୃତି, ପାରମ୍ପରିକ ନାଚଗୀତ ସାମିଲ ଥିଲେ। ଶୋଭାଯାତ୍ରା ସମୟରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଚାଙ୍ଗୁ ବାଦ୍ୟ ବଜାଉଥିବା ବେଳେ ଯୁବ ଆଇଏଏସ୍ ଗୁଣପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ୍ ଢୋଲ ବଜାଇବା ମୁଖ୍ୟ ଆକର୍ଷଣ ରହିଥିଲା। ଏହି କାର୍ଯ୍ୟକ୍ରମରେ ଗୁଣପୁର ଗାନ୍ଧୀ ବିଶ୍ଵ ବିଦ୍ୟାଳୟ ର ଉପ ସଭାପତି ଡଃ ଚନ୍ଦ୍ରଧ୍ଵଜ ପଣ୍ଡା , ରାୟଗଡ଼ା ଜିଲ୍ଲା ଅମ୍ବୃଷ୍ ମେନ ଅକ୍ଷୟ ଦାଶ , ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗ, ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ ୱାଇ ,ଗଣପତି , ଗୁଣପୁର ବିଡ଼ିଓ ସ୍ଵସ୍ତିକ ଜମାଦାର , ରାମାନାଗୁଡ଼ା ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ , ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ,ଗୁଣପୁର ତହସିଲଦାର ଗୟା ଡ଼ମ୍ବୁରୁ ବେହେରା,ପୌର ପରିଷଦର ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ବ୍ଲକ ଅଧ୍ୟକ୍ଷା ଝିଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର,ଜିଲ୍ଲା ପରିଷଦ ସଭ୍ୟ ଅଶୀଣ ଗମାଙ୍ଗ, ସାଂସଦ ପ୍ରତିନିଧି ତରଣୀ ଶତପଥୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ହରେ କୃଷ୍ଣ ପଣ୍ଡା ,ଉପ ଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା , ବିଜେପି ନେତା ଟୀଙ୍କୁ ପଣ୍ଡା , ପିଙ୍କି ମହାପାତ୍ର, ବିଜେଡ଼ି ର ଯୁବ ନେତା ବିଷ୍ଣୁ ପ୍ରସାଦ ପଣ୍ଡା, ଆଇନଜୀବୀ ରମେଶ ଲିମା , ସାମ୍ବାଦିକ ଅନିଲ ସାହୁକାର , ବିଜେଡି ନେତା ରାମ ପଣ୍ଡା , ପଦ୍ମପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ମାଝୀ ସହ ବହୁ ଅଫିସର ଓ ନେତା ମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ