ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଶତ ବାର୍ଷିକ ଉଦଯାପନୀ ସମାରୋହ

  ଛତ୍ରପୁର, (ଓ୍ବାଇଏନଏସ): ଲାଲ ପତାକାରେ ଛାଉଣୀ ସହିତ ଇନକିଲ୍ଲାବ ଜିନ୍ଦାବାଦ ନାରାବାଜି ରେ କମ୍ପିଉଠୁଛି ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଶତ ବାର୍ଷିକ ର ଉଦଯାପାନୀ ସମାରୋହରେ  ଗରୀବ, ଶ୍ରମିକ, ଚାଷୀ, ଦଳିତ, ମହିଳାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗ ର ଲୋକ ମାନେ ସାମିଲ ହୋଇ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନ ମାରଣା ନୀତି କୁ କଡା ସମାଲୋଚନା କରିଥିଲେ, ଏହା ସହିତ ପୂର୍ବତନ ବିଧାୟକ ତଥା ଅଭ୍ୟ ର୍ଥନା କମିଟି ର ଅଧ୍ୟକ୍ଷ  ସଂଗ୍ରାମୀ ନେତା ଏନ. ନାରାୟଣ ରେଡ୍ଡୀ ଙ୍କ ପୌରହିତ୍ୟ ରେ ଆୟୋଜିତ ଖୋଲା ସମାବେଶ ରେ ଭାରତୀୟ କମ୍ୟୁନିଷ୍ଟ ର କେନ୍ଦ୍ରୀୟ ସମ୍ପାଦକ କେ. ରାମକ୍ରୀଷ୍ଣା  ଓ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଡ଼ଃ ପ୍ରଶାନ୍ତ କୁମାର ମିଶ୍ର, କୃଷକ ନେତା ଆଶିଷ କାନୁନଗୋ, ଶ୍ରମିକ ନେତା ଜୟନ୍ତ ଦାସ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରକାଶ ପାତ୍ର ଓ ରମଣୀ ରଞ୍ଜନ ରାଉତ ରାୟ, ଜିଲ୍ଲା ସମ୍ପାଦକ ଶ୍ରୀ ହର୍ଷ ରଥ, ଜିଲ୍ଲା ସହ- ସମ୍ପାଦକ ନୀଳ କଣ୍ଠ ଦାଶ, ଗୋକୁଳ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ କମ୍ୟୁନିଷ୍ଟ ପାର୍ଟି ର ବଳିଦାନ, ସଂଗ୍ରାମ ଓ ଇତିହାସ କୁ ମନ ପକାଇବା ସହିତ କମ୍ୟୁନିଷ୍ଟ ପାର୍ଟି ସବୁବେଳେ ଲୋକଙ୍କ ସହିତ ରହିଛି, ସେମାନଙ୍କ ସମସ୍ୟା ର ସମାଧାନ ଏବଂ ହକ ନିମନ୍ତେ ସଂଗ୍ରାମଜାରି ରଖିଛି ବୋଲି ଉଭୟ  କହିଥିଲେ  l  ଦେଶ ଏବେ ଆହ୍ବାନମୂଳକ ପରିସ୍ଥିତି ଦେଇ ଗତିକରୁଛି। ଧର୍ମ ନାଁରେ ବିଭାଜନ କରାଯାଉଛି। ‌ଜାତୀୟ ସମ୍ପତ୍ତିକୁ ଘରୋଇ କମ୍ପାନି ହାତରେ ଟେକି ଦିଆଯାଉଛି। ଆନ୍ଦୋଳନକାରୀଙ୍କୁ ଦମନ କରାଯାଉଛି। ଧର୍ମ ନିରପେକ୍ଷ ରାଷ୍ଟ୍ରର ସଂଜ୍ଞା ବଦଳାଇ ସାରିଲେଣି। ତେଣୁ ଆମ ସମ୍ବିଧାନ ଓ ଦେଶର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ  ପ୍ରଥମେ କମ୍ୟୁନିଷ୍ଟ ପାର୍ଟି କୁ ମଜବୁତ କରିବାକୁ ପଡିବ, କମ୍ୟୁନିଷ୍ଟ ମାନେ ଏକତ୍ରିତ ହେବାକୁ ପଡିବ, ଶାଖା ଗୁଡିକ ଏବେ ଠାରୁ ମଜବୁତ କରିବାକୁ ହେବ, ଗାଁ ରେ ଗାଁ ରେ ସଚେତନତା କରିବାକୁ ପଡିବ, ଦଳୀୟ ସଂଗଠନ କୁ ଆହୁରି ମଜବୁତ କରିବା ସହିତ ମାଟି ର ପୂର୍ବ ଇତିହାସ କୁ ଦୋହରାଇବାକୁ ହେବ, ଏହା ସହିତ ପ୍ରତିବାଦ ସ୍ୱର କୁ ତୀବ୍ର କରିବାକୁ ହେବ ବୋଲି ସେମାନେ କହିଥିଲେ, ମୋଦି ସରକାର ଆସିଲା ଦିନ ଠାରୁ ଶ୍ରମିକ, ଦଳିତ, ମହିଳା ଏବଂ ଗରିବ ମାନଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି, ପୁଞ୍ଜିପତି   ର ସରକାର ହେଉଛି ବିଜେପି ସରକାର  ବୋଲି ମଧ୍ୟ ସେମାନେ କହିଥିଲେ l ଏ ସରକାର ବିରୋଧ ରେ ଆନ୍ଦୋଳନ କରିବାର ସମୟ ଆସିଛି କହିଥିଲେ, ଅନ୍ୟମାନଙ୍କ ମଧ୍ୟରେ କମ୍ୟୁନିଷ୍ଟ ପାର୍ଟି ର ଜିଲ୍ଲା ସହ – ସମ୍ପାଦକ ପ୍ରଦୀପ ସେଠି, ଯୁବ ସଂଘ ର ରାଜ୍ୟ ନେତା କାମଦେବ ନାହାକ, କମ୍ୟୁନିଷ୍ଟ ପାର୍ଟି ର ରାଜ୍ୟ ପରିଷଦ ସଭ୍ୟା ଏନ. ଭାନୁମତି ରେଡ୍ଡୀ, ନାରୀନେତ୍ରୀ ପ୍ରମୋଦିନୀ ରାଉତରାୟ, ସୋମନାଥ ନାୟକ, ରମେଶ ପାଢ଼ୀ,ଜିଲ୍ଲା ନେତା ସିଏଚ. ଜନାର୍ଦ୍ଦନ ରେଡ୍ଡୀ,  ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ ଙ୍କ ସମେତ ହଜାର ହଜାର ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ,  ପ୍ରାରମ୍ଭରେ ହାତରେ କମ୍ୟୁନିଷ୍ଟ ପତାକାଧରି ହଜାର ହଜାର ଦଳୀୟ ନେତା ଓ କର୍ମୀ ମାନେ ସ୍ଥାନୀୟ ଅପରବସ ଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ର ରେ ଛତ୍ରପୁର ସହର ପରିକ୍ରମା କରି ଲୋଏର ବସ ଷ୍ଟାଣ୍ଡ  ସ୍ଥିତ ସଭାସ୍ଥଳ ରେ ପହଁଚି ଥିଲେ,  ଏହି ଅବସର ରେ ସହୀଦ ମଶାଲ କୁ ସମସ୍ତେ ସମ୍ମାନ ଦେବା ସହିତ ରିସିଭ କରିଥିଲେ,  ଆୟୋଜିତ ସମାରୋହରେ ନୀଳକଣ୍ଠ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସମସ୍ତେ ଦଳୀୟ ନେତା ଓ କର୍ମୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ