ଶିଶୁ ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ରୌପ୍ୟ ଜୟନ୍ତୀ ସମାରୋହ ର ଦ୍ବିତୀୟ ଦିବସ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ  ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସେ ଅନୁଷ୍ଠାନର ୨୦୨୫-୨୬ ଶିକ୍ଷାବର୍ଷ ର ବାର୍ଷିକ ମୁଖପତ୍ର ‘ଆହ୍ବାନ’ ଉନ୍ମୋଚିତ କରିଥିଲେ । ବିଦ୍ୟାମନ୍ଦିର ପରିଚାଳନା ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ଼ . ପଦ୍ମଚରଣ ବେହେରା  , ଅଖିଳ ଭାରତୀୟ ଶ୍ରଦ୍ଧା ଜାଗରଣ ପ୍ରମୁଖ ରାଜେନ୍ଦ୍ର ମାଦଳା  , ଆରଏସଏସ ଗଞ୍ଜାମ ଜିଲା କାର୍ଯ୍ୟକର୍ତ୍ତା ରମେଶ ଚନ୍ଦ୍ର ତ୍ରିପାଠୀ , ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ , ଦିଗପହଣ୍ଡି ନଗରପାଳ ପ୍ରଫୁଲ ପଣ୍ଡା , ପ୍ରଧାନ ଆଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ରୌପ୍ୟ ଜୟନ୍ତୀ ସମାରୋହର ବ୍ୟବସ୍ଥାପକ ତଥା ପରିଚାଳନା ସମିତି ସମ୍ପାଦକ ପ୍ରହଲ୍ଲାଦ ଡାକୁଆ ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରଧାନାଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହାପରେ ଅତିଥି ବୃନ୍ଦ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ , ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପୂର୍ବତନ  ଛାତ୍ରୀଛାତ୍ର ମାନଙ୍କୁ  ଅତିଥିଙ୍କ ଦ୍ୱାରା ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।ପରେ  ଛାତ୍ରୀଛାତ୍ର ଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।  ସମସ୍ତ ଆଚାର୍ଯ୍ୟା, ଆଚାର୍ଯ୍ୟ,ପରିଚାଳନା ସମିତି କାର୍ଯ୍ୟକର୍ତ୍ତା ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାମନ୍ଦିର ଛାତ୍ରୀଛାତ୍ର ବୃନ୍ଦ ଏବଂ ବହୁ ସଂଖ୍ୟକ ଅଭିଭାବକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ