ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାରିପୁରର ବାର୍ଷିକ ଉତ୍ସବ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସ୍ଥିତ ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ, ବାହାରିପୁର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା କପିଳେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରତ୍ନାକର ପଣ୍ଡା, ବିଶେଷ ଅତିଥି ଭାବେ ଶିକ୍ଷାବିତ ତଥା ବିଦ୍ୟାଳୟର ପ୍ରାକ୍ତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ କର, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଯୁଧିଷ୍ଠିର ପାତ୍ର, ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁ ଯୋଜନା କମିଟିର ସଭାପତି ଆନନ୍ଦ ଚନ୍ଦ୍ର ସାହୁ, ବରିଷ୍ଠ ନାଗରିକ ନାରାୟଣ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ନିରନ୍ତର ଉଦ୍ୟମ ପ୍ରବଳ ଇଚ୍ଛା ଶକ୍ତି ତଥା ଗୁରୁଜନଙ୍କ ଶ୍ରଦ୍ଧା ଭାଜନ ହୋଇପାରିଲେ ଜଣେ ସଫଳ ବ୍ୟକ୍ତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ | ବିଦ୍ୟାଳୟର ବାର୍ଷିକ କ୍ରୀଡା ତଥା ସାଂସ୍କୃତିକ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା | ଶ୍ରେଷ୍ଠ କ୍ରୀଡା ପ୍ରଦର୍ଶନ ପାଇଁ ବାଳିକା ବିଭାଗ ରେ ଲଷ୍ମୀପ୍ରିୟା ନାୟକ ବାଳକ ବିଭାଗରେ କ୍ରିଷ୍ଣା ଯେନା ଓ ବର୍ଷର ଶ୍ରେଷ୍ଠ ବିଦ୍ୟାର୍ଥୀ ଭାବେ ସୁଜାତା ମାଝୀ, ଶିକ୍ଷା ବର୍ଷ ର ଶ୍ରେଷ୍ଠ ହାଉସ ଭାବେ ହାଣ୍ଡିଭଙ୍ଗା ପୁରସ୍କୃତ ହୋଇଥିଲେ |ବରିଷ୍ଠ ଶିକ୍ଷକ ବାଦଲ କୁମାର ଜେନା ବାର୍ଷିକ ବିବରଣୀ ପାଠ, ମନୋରଞ୍ଜନ ସାହୁ ଅତିଥି ପରିଚୟ ଓ ମହାବୀର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ | ଛାତ୍ରଛାତ୍ରୀ ମାନଙ୍କର ରଙ୍ଗାରଙ୍ଗ ସାଂସ୍କୃତିକ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିକ୍ଷକ ଦିବ୍ୟସିଂ ସୋରେନ, ସୁଧାସିନ୍ଧୁ ପାଣି, ପ୍ରଦୀପ କୁମାର ସାହୁ ଶିକ୍ଷୟିତ୍ରୀ ସୋନାଲି ସାହୁ, କର୍ମଚାରୀ ତାପସ କୁମାର ସାହୁ, ବିଜୁ ଯେନା ପ୍ରମୁଖ ପରିଚାଳନା କରିଥିଲେ |


