ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ
କୋଦଳା: ଗଂଜାମ ଜିଲ୍ଲା କୋଦଳା ଥାନା ପକ୍ଷରୁ ଶନିବାର ସ୍ଥାନୀୟ ଥାନା ପରିସରରେ ଥାନା ଆଇଆଇସି ଦେବାଶିଷ ମହାନ୍ତିଙ୍କ ସଂଯୋଜନାରେ ଆମ ପୋଲିସ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିମନ୍ତ୍ରିତ ଅତିଥି ଭାବେ ସଂଜୀବ କୁମାର ସାହୁ, ହୃଷୀକେଶ ମେହେଣା, ଉପମନ୍ୟୁ ଶତପଥୀ, ପ୍ରକାଶ ଚନ୍ଦ୍ର ପାତ୍ର, ଅଭୟ କୁମାର ସାହୁ, ସୁରେନ୍ଦ୍ର ନାଥ ପତି ପ୍ରମୁଖ ମଞ୍ଚାସିନ ଥିଲେ । ବୈଠକରେ ସାଧାରଣ ଜନତାଙ୍କ ସକାଶେ ପୋଲିସ ପ୍ରଶାସନର ଦାୟିତ୍ୱ, କର୍ତବ୍ୟ ବିଷୟରେ ଉପସ୍ଥିତ ଅବଗତ କରାଯାଇଥିଲା । ଟ୍ରାଫିକ ନିୟମ ମାନି ଚଳିବା ସହ କୌଣସି ପରିସ୍ଥିତିରେ ବିଶୃଙ୍ଖଳା ପରିସ୍ଥିତି ଉପୁଜିଲେ ତତକ୍ଷଣାତ ନିର୍ଭୟ ଭାବେ ପୋଲିସ ଥାନାକୁ ଅବଗତ କରିବା ସକାଶେ ଅତିଥି ମାନେ ମତ ପ୍ରକାଶ କରିଥିଲେ ।ଏହାଛଡା ଅଞ୍ଚଳରେ ବେଆଇନ ମଦ କାରବାର ଉପରେ ରୋକ ଲଗାଇବା ସହ ଜନସଚେତନତା ସୃଷ୍ଟି କରିବା ପାଇଁ ସମସ୍ତକଂ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଜନସାଧାରଣଙ୍କ ସହ ପୋଲିସ ପ୍ରଶାସନର ଉତମ ସମ୍ପର୍କ ସ୍ଥାପନ କରିବା ପାଇଁ ପୋଲିସ ସଦା ସର୍ବଦା ପ୍ରସ୍ତୁତ ରହିଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମହାନ୍ତି କହିଥିଲେ । କାର୍ୟ୍ୟକ୍ରମରେ ଏ ଏସ୍ ଆଇ ଅନୀଲ କୁମାର ସାହୁ, ରାଇଟର କେ ପ୍ରଶାନ୍ତ ରେଡି ପ୍ରମୁଖ ପୋଲିସ ଅଧିକାରୀ ସହଯୋଗ କରିଥିଲେ।


