ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ପାଳିତ

ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ପାଳିତ ହୋଇଯାଇଛି ।  ସିଏସଓ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଅଟଳ ବିହାରୀ ବାଜପେୟୀ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଥମେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ  ଏବଂ ଅନ୍ୟାନ୍ୟ ଅତିଥି ମାନେ ପୁଷ୍ପମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ସ୍ଥାନୀୟ ଜଉଗଡ଼ ସମ୍ମିଳନୀ କକ୍ଷ ରେ ଆୟୋଜିତ ସମାରୋହରେ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଆସିଷ୍ଟାଣ୍ଡ କଲେକ୍ଟର ଦୀପକ କୁମାର ଜେନା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ ଓ ପ୍ରତିଭା ଆବାସିକ କଲେଜ ର ମୁଖ୍ୟ ଚିନ୍ମୟ ଦାଶ ପ୍ରମୁଖ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଭି. ରାଜେନ୍ଦ୍ର ରାଜୁ ଯୋଗଦେଇ ସ୍ବର୍ଗତ ବାଜପେୟୀ ଙ୍କ ଗୁଣଗାନ କରିବା ସହିତ ଦେଶ ପାଇଁ ତାଙ୍କର ଅବଦାନ ସମ୍ପର୍କ କହିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ରଶ୍ମିରାଣୀ ନିମାକା ସଂଯୋଜନା କରିଥିବା ବେଳେ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ ।ଏହି ଅବସର ରେ ପୂର୍ବରୁ ବିଦ୍ୟାଳୟ ଏବଂ କଲେଜ ସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ସାର୍ଟିଫିକେଟ ସହ ପୁରସ୍କାର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ