ହାଟଡିହି କଲେଜ ପକ୍ଷରୁ ପୋଡ଼ସିଙ୍ଗିଡ଼ି ଠାରେ ଜାତୀୟ ସେବା ଶିବିର ଉଦଘାଟିତ

ହାଟଡିହି (ଓ୍ବାଇଏନଏସ): ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଅଜୟ କୁମାର ଦାଶଙ୍କ ସଂଯୋଜନାରେ ୫୦ ଜଣ ସ୍ବେଚ୍ଛାସେବୀ ମାନଙ୍କୁ ନେଇ ପନ୍ଦାଡୋ ପଞ୍ଚାୟତ ଅଧୀନ ପୋଡ଼ାସୀଙ୍ଗିଡି ଗ୍ରାମରେ ଏକ ସାତଦିନିଆ ସ୍ଵତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି।  ଏହି ଶିବିର ଡିସେମ୍ବର ୩୧ ଯାଏଁ ଚାଲୁ ରହିବ।  ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚିତ୍ତ ରଞ୍ଜନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ ସହିତ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ସ୍ଵେଚ୍ଛାସେବୀ ମାନେ କିପରି ସେବାବ୍ରତି ହେବେ ତାର ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ।ପୁର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଚକ୍ରଧର ଦାସ ଏହି ସଭାରେ ସ୍ବେଚ୍ଛାସେବୀ ମାନଙ୍କୁ ଶୃଙ୍ଖଳିତ ହେବାର କଳା କୌଶଳ ଓ ଏହି ସ୍ଵତନ୍ତ୍ର ଶିବିରର ଆବଶ୍ୟକତାକୁ ବର୍ଣ୍ଣନା କରିଥିଲେ।   ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଜଳଧର ଦାସ, ଦର୍ଶନ ବିଭାଗର ଅଧ୍ୟାପକ ବିଶ୍ୱରଂଜନ ଜେନା, ରାଜନୀତି ବିଜ୍ଞାନର ଅଧ୍ୟାପିକା ପ୍ରିୟଙ୍କା ମହାନ୍ତି,  ମୁଖ୍ୟ କିରାଣୀ ଅନନ୍ତ ଚନ୍ଦ୍ର ବେହେରା ମଧ୍ୟ ଉପସ୍ଥିତ ଥିଲେ। ଆଜିର ପ୍ରଥମ ଦିନରେ ବିଦ୍ୟାଳୟ ପରିସର ସଫେଇ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିନରେ ଭିନ୍ନ ଭିନ୍ନ ସମାଜ ସଚେତନତା କାର୍ଯ୍ୟକ୍ରମ ରହିଛି। ପରିଶେଷରେ କାର୍ଯ୍ୟକ୍ରମ ଅଧିକାରୀ ଏହି ସ୍ଵତନ୍ତ୍ର ଶିବିରର କାର୍ଯ୍ୟପନ୍ଥା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ