ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ
ପୋଲସରା(ଅନୀଲ କୁମାର ମହାରଣା): ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ନାମରେ ଗଠିତ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପୋଲସରା ଏନ୍ ଏ ସି ର ମାତୃଶକ୍ତି କଲ୍ଯାଣ ମଣ୍ଡପରେ ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ଡିସେମ୍ବର ୨୬ ତାରିଖ ଦିନ ପାଳିତ ହୋଇଯାଇଛି। ପୋଲସରା ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ଥିବା ବେଳେ ପୋଲସରା ଓ ବୁଗୁଡା ବ୍ଳକ ଓ ଏନ୍ ଏ ସି ର ହଜାର ହଜାର ବିଜୁ ପ୍ରେମୀ ଯୋଗଦେଇଥିଲେ। ପ୍ରଥମେ ଶ୍ରୀସାହୁଙ୍କ ସମେତ ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକ ସକାଳେ ପୋଲସରା ବସଷ୍ଟାଣ୍ଡରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବିଜୁ ବାବୁ ଅମର ରହେ ଓ ଜୟ ଧ୍ୱନି ସହ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ଥିବା ରୋଗୀଙ୍କୁ ଭେଟି ଫଳ ବଣ୍ଟନ କରି ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ ବ୍ଳକ ସାମ୍ନାରେ ଥିବା ମାତୃଶକ୍ତି କଲ୍ୟାଣ ମଣ୍ଡପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଷ୍ଠା ଦିବସ ସଭାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ଦଳକୁ ସୁଦୃଢ କରିବା ପାଇଁ ଦଳୀୟ କର୍ମୀ ମାନଙ୍କୁ କହିଥିଲେଯେ ଭୋଟ ବେଳେ ବିଜେପି ଦେଇଥିବା ପ୍ରତିଶୃତି ଆଜି ପର୍ଯ୍ୟନ୍ତ ପାଳନ କରିନାହିଁ। ଗରିବ ଲୋକଙ୍କ ସେବା କରିବା ବିଜେଡିର ଲକ୍ଷ ଥିଲା। କିନ୍ତୁ ମିଥ୍ୟା ବିଲ୍ ସହିତ ପିସି କାରବାର ବିଭିନ୍ନ ବିଭାଗରେ ବୃଦ୍ଧି ପାଇଛି ଏହି ବିଜେପି ସରକାର ହେବାପରଠାରୁ। ମୋତେ ମିଥ୍ୟା କେସରେ ଜଡିତ କରିବା ପାଇଁ ଚକ୍ରାନ୍ତ ଚାଲିଛି ବୋଲି ଶ୍ରୀ ସାହି ପ୍ରକାଶ କରିଥିଲେ। ବିଜେଡି ବୁଗୁଡ଼ା ବ୍ଳକ ସଭାପତି ଖଦାଳ ଖଟେଇ, ଏନ୍ ଏ ସି ଅଧ୍ୟକ୍ଷା ସଙ୍ଗିତା ବେହେରା, ବ୍ଳକ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ବୁଗୁଡ଼ା ଏନ୍ ଏ ସି ଉପାଧ୍ୟକ୍ଷଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ବିକ୍ରମ ନାୟକ ଓ ଝୁନୁ ଦାସ, ସରପଞ୍ଚ ଉତ୍କଳ ପ୍ରଧାନ,ଦୀପିକା ବାରିକ, ପବିତ୍ର ରାଉତ, କନକ ମଞ୍ଜରୀ ରାଉତ, ବବିତା ମହାପାତ୍ର, ପ୍ରଶାନ୍ତ ଦାସ, କେ ତ୍ରିଲୋଚନ ଦୋରା, ଚିକୁ ବାରିକ, ଶିବଶଙ୍କର ବେହେରା, ବିଜୟ ସ୍ବାଇଁ, ସୂର୍ଯ୍ୟ ନାରାୟଣ ମହାନ୍ତି, କିଶୋର ବେହେରା, ଜିତେନ୍ଦ୍ର କୁମାର ସ୍ବାଇଁ, କାର୍ତ୍ତିକ ଜେନା, ହରିହର ବିଷୋୟୀ, କାର୍ତ୍ତିକ ସାହାଣୀ, ସୁଶାନ୍ତ ପ୍ରଧାନ ଯୋଗଦେଇ ବିଜେପି ବିରୁଦ୍ଧରେ ଗର୍ଜିଥିଲେ। ବିଜେପି ସରକାର କେବଳ ସୁଭଦ୍ରା ଯୋଜନା ବ୍ୟତୀତ ଅନ୍ୟ ସମସ୍ତ ନିର୍ବାଚନ ପ୍ରତିଶ୍ରୁତି ଭୂଲି ଥିବା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଉଭୟ ବ୍ଳକର ବହୁ ସରପଞ୍ଚ, ସମିତି ମେମ୍ବର ସମେତ ହଜାର ହଜାର କର୍ମୀ ଯୋଗଦେଇଥିଲେ।


