ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-କ୍ୟାରିୟର ଗଠନ ନିଷ୍ପତି ପିଲାଙ୍କୁ ନେବାକୁ ଦିଅନ୍ତୁ। ସମସ୍ତେ ଡାକ୍ତର, ଇଞ୍ଜିନିଅର, ବୈଜ୍ଞାନିକ ହେବାକୁ ସ୍ବପ୍ନ ନ ଦେଖି ସଫଳ ମଣିଷଟିଏ ହେବାକୁ ଚେଷ୍ଟା କରନ୍ତୁ। ବଡ଼ ଲୋକ ନୁହେଁ, ଭଲ ମଣିଷ ହେବା -ସମୃଦ୍ଧ ଓଡିଶା ଓ ବିକଶିତ ଭାରତ ଗଠନ କରିବା। ଏ କ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବାକୁ ସମସ୍ତେ ସଂକଳ୍ପ ନେବା। ଜନ୍ମମାଟି, ଭାଷା ଓ ସଂସ୍କୃତିକୁ ଭଲ ପାଇବା ବୋଲି କାକଟପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ ରେ ପୂର୍ବତନ ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଛାତ୍ର, ଛାତ୍ରୀ ଓ ଅଭିଭାବକ ଙ୍କୁ କହିଛନ୍ତି। ପରିଚାଳନା ସମିତି ସଭାପତି ଶିକ୍ଷାବିତି ପ୍ରମୋଦ କିଶୋର ପୃଷ୍ଟି ଙ୍କ ଅଧକ୍ଷତା ରେ ଶୁକ୍ରବାର ଦିନ ଅନୁଷ୍ଠିତ ୨୫ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟ ଅତିଥି କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ତାଙ୍କ ଅଭିଭାଷଣ ରେ କହିଥିଲେ, ଉତ୍ତମ ଶିକ୍ଷା ପରିବେଶ ଓ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ପାଇଁ ଏହି ବିଦ୍ୟାଳୟ ସୁନାମ ରହିଛି। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେବଳ ପ୍ରତିଭା ସମ୍ପର୍ଣ୍ଣ ବିଦ୍ୟାର୍ଥୀ ବନେଇ ନଥାଏ। ବିଦ୍ୟାର୍ଥୀ ଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ବିଷୟରେ ଶିକ୍ଷାଦାନ କରି ଉତ୍ତମ ନାଗରିକ ମଧ୍ୟ ଗଠନ କରିଥାଏ। ଏହି ବିଦ୍ୟାଳୟ ଯଥାର୍ଥ ରେ ଏହାକୁ ପ୍ରତିପାଦନ କରୁଛି ବୋଲି ବିଧାୟକ କହିଥିଲେ। କ୍ଷେତ୍ରୀୟ ସହ ସଂଗଠନ ମନ୍ତ୍ରୀ ହେମନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ, ମାନବିକତା, ପରୋପକାର, ମାନବ ସେବା ଜୀବନ କୁ ସରସ ସୁନ୍ଦର ଭାବେ ଗଢି ତୋଳିଥାଏ। ଭାରତୀୟ ସଂସ୍କୃତି, ପରମ୍ପରା କୁ ପାଥେୟ କରି ଆଗକୁ ବଢିବାକୁ ମାର୍ଗ ଦର୍ଶନ କରିଥାଏ। ଅନ୍ୟତମ ଅତିଥି ଜଗନ୍ନାଥ ସଂସ୍କୃତି ଗବେଷକ ସନ୍ଥ ଯୋଗୀ ରୁଦ୍ର ବୈରଭ କହିଥିଲେ, କେବଳ ଶିକ୍ଷା ନୁହେଁ, କ୍ରୀଡା କ୍ଷେତ୍ରରେ, ବିଜ୍ଞାନ ପ୍ରତିଯୋଗିତା କ୍ଷେତ୍ରରେ ମଧ୍ୟ ଏହାର ଛାତ୍ର, ଛାତ୍ରୀ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏଠାରୁ କୃତକାର୍ଯ୍ୟ ବିଦ୍ୟାର୍ଥୀ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ରେ ଉଚ୍ଚତର ଶିକ୍ଷାଲାଭ କରୁଛନ୍ତି। ପରିଚାଳନା ସମିତି ଉପସଭାପତି ବନ ବିହାରୀ ଗ୍ରହାଚାର୍ଯ୍ୟ ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। କୃତିତ୍ୱ ଅର୍ଜନ କରିଥିବା ଛାତ୍ର, ଛାତ୍ରୀ ଙ୍କୁ ବିଧାୟକ ଓ ଅନ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ।ଏହା ସହ କାକଟପୁର ସାରଳା ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଚିତ୍ତ ରଞ୍ଜନ ପରିଡା ଙ୍କ ସମେତ ଅନ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରାତଃ ରୁ ଗୀତା ପାଠ ଯଂଜ୍ଞ, ମା ମଙ୍ଗଳା ପୀଠରୁ ଜ୍ୟୋତି ଆଗମନ ସହ ଉଦୁଘାଟନ ସମାରୋହ ଫଳକ ଉନ୍ମୋଚନ ଓ ସ୍ମାଟ କ୍ଲାସ ଉଦୁଘାଟନ ହୋଇଥିଲା ଅତିଥି ଙ୍କ ଦ୍ୱାରା। ସଭାପତି ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଉତ୍ସବ ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ତନ୍ମୟ କୁମାର ପାତ୍ର ସ୍ୱାଗତ ଭାଷଣ, ବାର୍ଷିକ ବିବରଣୀ ପାଠ ଏବଂ ପରିଚାଳନା କମିଟି ଉପ ସଭାପତି ବନ ବିହାରୀ ଗ୍ରହାଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ। ପରିଶେଷରେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


