ଜିଲ୍ଲାସ୍ତରୀୟ ସମୀକ୍ଷା ସମିତିଓ ଜିଲ୍ଲା ପରାମର୍ଶଦାତା ସମିତି ବୈଠକ ଅନୁଷ୍ଠିତ

କଟକ, (ଓ୍ବାଇଏନଏସ): କଟକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି (DLRC) ଓ ପରାମର୍ଶଦାତା ସମିତି (DCC) ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ସେପ୍ଟେମ୍ବର ୨୦୨୫ବର୍ଷ ଅବଧି ପାଇଁ କରଯାଇଥିବା ବାର୍ଷିକ କ୍ରେଡିଟ୍ ପ୍ଲାନର ଲକ୍ଷ୍ୟ, ବଣ୍ଟନ ଓ ଅଧିକ ବ୍ୟାଙ୍କ ଖୋଲିବା ଆଦି ଉପରେ ଆଲୋଚନା କରି ସାଂସଦ ଶ୍ରୀ ମହତାବ କ୍ରେଡିଟ୍-ଡିପୋଜିଟ୍ ଅନୁପାତ, ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଋଣ ଯୋଗାଣ ଉପରେ ଆଲୋଚନା ପୂର୍ବକ ସମୀକ୍ଷା କରିଥିଲେ। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ବୈଠକରେ ଉପସ୍ଥିତ ରହି ମୁଦ୍ରାଋଣ ମାଧ୍ୟମରେ ନୂତନ ଉଦ୍ୟୋଗୀମାନେ ସମଗ୍ର କଟକ ଜିଲ୍ଲାରେ କିପରି ଉନ୍ନତି କରିପାରିବେ ସମସ୍ତ ବ୍ୟାଙ୍କ ସେ ଦିଗରେ ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦେଇଥିଲେ। ଆଲୋଚନା ପୂର୍ବକ ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ୟୋଗ ଯୋଜନା (MKUY), SHG ବ୍ୟାଙ୍କ ଲିଙ୍କେଜ୍, ପ୍ରଧାନମନ୍ତ୍ରୀ ରୋଜଗାର ଗ୍ୟାରେଣ୍ଟି କାର୍ଯ୍ୟକ୍ରମ(PMEGP), ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଗୁଡ଼ିକର ସଫଳ ରୂପାୟନ ନିମନ୍ତେ ଆବଶ୍ୟକୀୟ ଋଣ ପ୍ରଦାନ ନିମନ୍ତେ ଆଲୋଚନା କରାଯାଇଥିଲା। କଟକ ସହରର ସମସ୍ତ ଉଠାଦୋକାନୀମାନଙ୍କୁ କ୍ରେଡିଟ କାର୍ଡ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସେମାନଙ୍କୁ ଦୈନନ୍ଦିନ ବ୍ୟବସାୟରେ ସାହାଯ୍ୟ କରିବ। ଲିଡ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ସତ୍ୟ ରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଡ଼ିଡ଼ିଏମ ନାବାର୍ଡ କଟକ ପ୍ରଣିମା ପରିଡା, ଆର ବି ଆଇ ଏଲବିଓ ରାହୁଲ କାନ୍ତ, ୟୁକୋ ବ୍ୟାଙ୍କ ପ୍ରବନ୍ଧକ ବର୍ଷା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ବିଭିନ୍ନ ବ୍ୟାଙ୍କର ଅଧିକାରୀ, ଜିଲ୍ଲାସ୍ତରୀୟ ଅଧକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ