ଏମ୍‌ଭି ଦି’ ପାଟ୍ରୋନ୍‌ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ, (ଓ୍ବାଇଏନଏସ): ବ୍ୟବସାୟିକ ବିବା‌ଦକୁ ନେଇ ଜଲ୍‌ଧି ଓଭରସିଜ୍‌ ପିଟିଇ ଲିମିଟେଡ୍‌ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି ପାରାଦୀପ ବନ୍ଦରରେ ଏମ୍‌ଭି ଦି’ ପାଟ୍ରୋନ୍‌ (ଆଇଏମଓ ୯୪୮୧୪୩୯) ଜାହାଜକୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଏମ.ଏସ. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଆବେଦନକାରୀ ସଂସ୍ଥାର ଅନ୍ତରୀଣ ଆବେଦନର ଶୁଣାଣି କରିଥିଲେ। ୨୦୨୬, ଜାନୁଆରି ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜାହାଜଟି ଖୁବ୍‌ଶୀଘ୍ର ପାରାଦୀପ ବନ୍ଦର ଛାଡ଼ି ଚାଲି ଯାଇପାରେ ବୋଲି ଆବେଦନକାରୀ ଦର୍ଶାଇବା ସହିତ ମାମଲାର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ। ଯଦି ପାରାଦୀପ ବନ୍ଦରରୁ ଜାହାଜ ଅନ୍ୟତ୍ର ଚାଲିଯାଏ ତେବେ ଏହି ମାମଲା ଅପ୍ରାସଙ୍ଗିକ ହୋଇଯିବ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ପ୍ରକାଶଥାଉକି, ଏମ୍‌ଭି ଦି’ ପାଟ୍ରୋନ୍‌ ବିରୋଧରେ ୨୦୨,୦୦୦ ଆମେରିକୀୟ ଡଲାର ଅର୍ଥ ଦାବି କରି ଆବେଦନକାରୀ ସଂସ୍ଥା ହାଇକୋର୍ଟରେ ଏହି ମାମଲା ଦାୟର କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ