ମହୁରୀକାଲୁଆଙ୍କ ପୀଠରେ ପର୍ୟ୍ୟଟକଙ୍କ ଭିଡ଼
କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା):ଇଂରାଜୀ ୨୦୨୫ ମସିହା ସରିବାକୁ ଆଉ ରହିଲା ଦୁଇଦିନ ବାକି, ଶୀତ ସହ ତାଳ ଦେଇ ପର୍ଯ୍ୟଟକମାନେ ବର୍ତମାନ ନିଜ ନିଜ ପରିବାର ସମେତ ବନ୍ଧୁ ବାନ୍ଧବଙ୍କୁ ନେଇ ବିଭିନ୍ନ ସ୍ଥାନକୁ ଯାଇ ବଣ ଭୋଜି କରିବାରେ ବ୍ୟସ୍ତ, ସେହି ପର୍ଯ୍ୟରେ ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ତଥା ପର୍ଯ୍ୟଠନ ସ୍ଥଳୀ ଭାବେ ପରିଚିତ ମା ମହୁରୀକାଳୁଆଙ୍କ ପୀଠରେ ବର୍ତମାନ ଜିଲ୍ଲା, ଜିଲ୍ଲା ବାହାରୁ ତଥା ପଡୋଶୀ ରାଜ୍ୟ ଆନ୍ଧ୍ରାପ୍ରଦେଶରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି, ବ୍ରହ୍ମପୁର ଉପକଣ୍ଠ ତଥା ଦିଗପହଣ୍ଡି ଥାନା ଅନ୍ତର୍ଗତ ମା ମହୁରୀକାଲୁଆ ପୀଠରେ, ମାଙ୍କ ମହିମା ଓ ସ୍ୱତନ୍ତ୍ରତା ସବୁଠୁ ନିଆରାଅଟେ, ଗମନା ଗମନ ଦୃଷ୍ଟିରୁ ଏଠାରେ ବର୍ଷ ତମାମ ଭିଡ ଜମୁଥିବାବେଳେ ଶୀତଦିନେ ଏଠାକୁ ଅଧିକରୁ ଅଧିକ ଯାତ୍ରୀ ଆସିବାକୁ ପସନ୍ଦ କରିଥାନ୍ତି, ପର୍ୟ୍ୟଟକମାନେ ମାଙ୍କ ଦର୍ଶନ କରିବା ସହ ଭୋଜିଭାତ କରି ଆନନ୍ଦ ନେଉଛନ୍ତି, ଶାନ୍ତ ପରିବେଶ ସାଙ୍ଗକୁ ନିରୋଳା ଜାଗା ପାଲଟିବା ସହ ମନ ମୋହିଛି ପର୍ୟ୍ୟଟକଙ୍କ, ମାଙ୍କଭବ୍ୟ ମନ୍ଦିର ନିର୍ମାଣ ଚାଲୁ ରହିଥିବା ବେଳେ ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ରରେ ଭଲ ପର୍ୟ୍ୟଟନ ସ୍ଥଳ ଭାବେ ପରିଗଣିତ ହେବାସହ ଦେଶବିଦେଶରୁ ବହୁ ପର୍ଯ୍ୟଠାକଙ୍କୁ ଏଠାକୁ ଆସିବାକୁ ଅଧିକ ଆକୃଷ୍ଟ କରିବ ବୋଲି ପର୍ୟ୍ୟଟକ ମାନେ କହିଛନ୍ତି.


