ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ବୃଦ୍ଧ ବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ

ହାଟଡିହି (ଓ୍ବାଇଏନଏସ):  ହାଡ଼ଭଙ୍ଗା ଶୀତକୁ ନଜରରେ ରଖି ରାଧାଗୋବିନ୍ଦ ଫାଉଣ୍ଡେସନ (ଶାଳବଣି ଜମ୍ଭରା) ତରଫରୁ ରଣପୁର ଗ୍ରାମପଞ୍ଚାୟତର ଗୋପାଳପୁର ଗ୍ରାମର  ମନ୍ଦିର ପ୍ରାଙ୍ଗଣରେ ଗରିବ  ଅସହାୟ ବୃଦ୍ଧବୃଦ୍ଧା ମାନଙ୍କୁ ମାଗଣା କମ୍ବଳ ଵିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ  କରାଯଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାପତି  ଶ୍ରୀଯୁକ୍ତ  ପଞ୍ଚାନନ ମହାନ୍ତି  ସଦସ୍ୟ ପୁରୁଷୋତ୍ତମ ମହାନ୍ତି, ସ୍ଵସ୍ତିକା ମହାନ୍ତି, ପ୍ରୀତିକା ମହାନ୍ତି, ପଙ୍କଜ ବେହେରା, ସୌରିରଞ୍ଜନ ମହାନ୍ତି, ସୁଶାନ୍ତ ଜେନା,  ଅରୁପ ରାଉତ, ରାଜକିଶୋର ପରିଡ଼ା ,ଆକାଶ ବେହେରା, ସ୍ମୃତି ରଞ୍ଜନ ରାଉତ, ଦେବବ୍ରତ ମଲ୍ଲିକ, ପ୍ରଦୀପ ନାୟକ, ମୁକେଶ ନାୟକ,ପ୍ରତାପ ସାହୁ ହିମାଂଶୁ ନାୟକ, ଶଶିକାନ୍ତ ଵାରିକ ପ୍ରଭୁତି ଉପସ୍ଥିତ ରହି କାର୍ୟ୍ଯ ଟିକୁ  ସୁଚାରୁ ରୁପେ ପରିଚାଳିତ କରିଥିେଲ। ଏହି କାର୍ଯ୍ୟକ୍ରମରେ ରଣପୁର ଗ୍ରାମପଞ୍ଚାୟତର ରଣପୁର, ଗୋପାଳପୁର, ଯୋରନ୍ଦା, ମହୁଲିଆ, ସାଆଁଳା ପ୍ରଭୁତି ଗ୍ରାମର ୫୦୦ ରୁ ଅଧିକ ଗରିବ ଲୋକମାନେ ଉପକୃତ ହୋଇଥିଲେ। ଫାଉଣ୍ଡେସନର ଏଭଳି କାର୍ଯ୍ୟ କୁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମହଲରୁ ସ୍ଵାଗତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ