ପ୍ରେମିକାର ପ୍ରତାରଣା ସହି ନପାରି ବିଷ ପିଇଲା ପ୍ରେମିକ
ହାଟଡିହି (ଓ୍ବାଇଏନଏସ): ବିବାହ କରିବାକୁ ମନା କରିଦେଲା ପ୍ରେମିକା , ପ୍ରେମିକା ଉପସ୍ଥିରେ ଥାନା ପରିସରରେ ବିଷ ପିଇଦେଲା ପ୍ରେମିକ ଯୁବକ।ଗୁରୁତର ଅବସ୍ତାରେ ଯୁବକଙ୍କୁ ଆଣି ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ। ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ପରିସରରେ। ସୂଚନା ଅନୁଯାଇ ନନ୍ଦିପଦା ଥାନା ଅଧିନ ଶାଳନିଆଁ ଗାଁର ବିପିନ୍ ବିହାରି କୁଅଁର ଡିମିରିଆ ଗ୍ରାମର ଜଣେ ଯୁବତୀଙ୍କୁ ଗତ ୩ବର୍ଷ ଧରି ଭଲପାଉଥିଲେ। ବିପିନି ଭଲ ପାଇବା ଭିତରେ ଅନେକ ସାହାଯ୍ୟ ସହଯୋଗ କରିଥିଲା। ହେଲେ ଯୁବତୀର ବିବାହ ପାଇଁ ଅନ୍ୟ ସ୍ଥାନରୁ ପ୍ରସ୍ତାବ ଆସିବା ପରେ ବିପିନିକୁ ପ୍ରତାରଣା କରିବା ଆରମ୍ଭ କରିଥିଲା। ଏହାକୁ ନେଇ ଯୁବତୀ ଆଉ ରଜି ନହେବାରୁ ଉଭୟଙ୍କ ମଧ୍ଯରେ ମନମାଳିନ୍ଯ ସୃଷ୍ଟି ହୋଇଥିଲା। ଉଭୟ ପକ୍ଷଙ୍କ ଭଦ୍ର ଲୋକଙ୍କ ଉପସ୍ଥିତିରେ ବିବାଦର ସମାଧାନ କରାଯାଇଥିଲା ବୋଲି ତାଙ୍କ ଭାଇ କୈଳାସ କୁଅଁର କହିଛନ୍ତି। । କିନ୍ତୁ ବିପିନିଙ୍କ ବିରୋଧରେ ଯୁବତୀ ଜଣଙ୍କ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ଆଜି ନନ୍ଦିପଦା ପୋଲିସ୍ ଉଭୟ ପରିବାରଙ୍କୁ ଥାନାକୁ ଡକାଇ ଘଟଣା ସମ୍ପର୍କରେ ଆଲୋଚନା ମାଧ୍ଯମରେ ସମାଧାନ ପାଇଁ ପ୍ରୟାସ ଚଳାଇଥିଲା। ସେଠାରେ ଯୁବତୀ ଜଣକ ରୋକ ଠୋକ ମନା କରିବା ପରେ ଯୁବତୀଙ୍କ ଠାରୁ ଏଭଳି ପ୍ରାତାରଣାକୁ ସହିନପାରି ବିପିନି ଥାନା ପରିଷରରେ ବିଷ ପିଇଦେଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ବିପିନିଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କର ଚିଜିତ୍ସା ଜାରି ରହିଛି। ବିପିନି ଜଣେ ସ୍ବେଛାସେବୀ ଥିବା ବେଳେ ଆସନ୍ତା ଦିନେ ଦୁଇଦିନ ଭିତରେ ତାଙ୍କ ହାତରେ ଲିଗାମେଣ୍ଟ ଅସ୍ତ୍ରୋପଚାର ହୋଇଥାନ୍ତା ବୋଲି ତାଙ୍କ ଭାଇ କହିଛନ୍ତି।


