ଦିଗପହଣ୍ଡିରେ ୨୮ ତମ ଜିଲ୍ଲାସ୍ତରୀୟ ନିରଙ୍କାରୀ ସନ୍ଥ ସମ୍ମିଳନୀ: ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଦିଗପହଣ୍ଡି ,(ଅଳକ ନାଥ ମିଶ୍ର) : ଗୁରୁବାର  ଦିଗପହଣ୍ଡି ଠାରେ ସନ୍ଥ ନିରଙ୍କାରୀ ମିଶନ ତରଫରୁ ୨୮ ତମ ଜିଲ୍ଲା ସ୍ତରୀୟ  ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ତେଲେଙ୍ଗାନାର ହାଇଦ୍ରାବାଦରୁ ବ୍ରହ୍ମଜ୍ଞାନୀ ପ୍ରଚାରକ ଗାଏକଓ୍ଵାର୍ଡ ରାଜସାହେବ ସେକୁଜୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ମାନବିକତା ଓ ଆଧ୍ୟାତ୍ମିକତା ହିଁ ମାନବ ଜୀବନକୁ ବାସ୍ତବିକ ସୁଖ, ଶାନ୍ତି ପ୍ରଦାନ କରିବା ସହ ଜୀବନ ମୁକ୍ତିର ମାର୍ଗ ଦେଖାଇଥାଏ ବୋଲି ସେ କହିଥିଲେ। ଏହି ଜିଲ୍ଲା ସ୍ତରୀୟ ସନ୍ଥ ସମ୍ମିଳନୀ କୁ ଆବାହକ ଏନ୍.ରଘୁନାଥ, ଅଧ୍ୟକ୍ଷ ଆର୍.ଦୀନବନ୍ଧୁ ପରିଚାଳନା କରିଥିବା ବେଳେ ସେବାଦଳ ଅଧିକାରୀ ଏଲ୍.ବିଜୟ ରେଡ୍ଡୀ,ଟି.ହରିଶ୍ଚନ୍ଦ୍ର, ଗୋପାଳ ରେଡ୍ଡୀ, ଏମ୍.ପ୍ରକାଶ, ଜେ.ଶଙ୍କର, ତ୍ରିଲୋଚନ ସାହୁ, ଡମ୍ବରୁ ସେଠୀ,ଆର୍. ଅଭିମନ୍ୟୁ, ଭାସ୍କର ରେଡ୍ଡୀ,ସିମାଞ୍ଚଳ ରାଉଳ, ଆର୍. ଭଗବାନ, ଇ. ଗୋପାଳ,ଏମ୍.ଶୁକ୍ରୁ ରେଡ୍ଡୀ, ରାଜେନ୍ଦ୍ରଜୀ, ଅମିତଜୀ,ଋଷିଜୀ, ପୂର୍ଣ୍ଣଚନ୍ଦ୍ର ଜୀ, କୈଳାସ ଜୀ,ପାଣ୍ଡବଜୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଗଞ୍ଜାମ ଓ ଗଜପତି ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ