ରେମୁଣା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ବିହନ ବିତରଣ କାର୍ଯ୍ୟକ୍ରମ
ବାଲେଶ୍ବର(ସରୋଜ ପଣ୍ଡା): ଶୁକ୍ରବାର ସକାଳ ୧୦ ଘଟିକା ସମୟରେ ରେମୁଣା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ବିହନ ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମାନ୍ୟବର ସାଂସଦ ବାଲେଶ୍ଵର ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ ଦ୍ଵାରା ଆୟୋଜିତ ଏହି ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେମୁଣା ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ମହେଶ୍ୱର ପ୍ରଧାନ, ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ଆତ୍ମା କମିଟି ଅଧ୍ୟକ୍ଷ ମଳୟ କୁମାର ବିଶ୍ବାଳ ଏବଂ ଜିଲ୍ଲା କୃଷି ଅଧିକାରୀ ସରୋଜ କୁମାର ଜେନା, ବ୍ଲକ କୃଷି ଅଧିକାରୀ ନିଳୀମା ପ୍ରିୟଦର୍ଶିନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ରେମୁଣା ବ୍ଲକ ଅନ୍ତର୍ଗତ ସମସ୍ତ ଚାଷୀ ଭାଇ ମାନଙ୍କୁ ଧାନ ସହିତ ମୁଗ, ବିରି ଆଦି ବିହନ ବଣ୍ଟନ କରାଯାଇଥିଲା।


