ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ଗଜପତିର ନୂତନ ଜିଲ୍ଲାପାଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତିର ନୂତନ ଜିଲ୍ଲାପାଳ ଭାବେ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି. ଶ୍ରୀ ଅଗ୍ରୱାଲ ଏଥିପୂର୍ବରୁ ନୟାଗଡ ଜିଲ୍ଲାର ଜିଲ୍ଲାପାଳ ଥିଲେ.  ଗଜପତି ଜିଲ୍ଲାପାଳ ମଧୁମିତା ମାତୃତ୍ବ ଛୁଟିରେ ଯିବା ପରେ ଜିଲ୍ଲାପାଳ ପଦବୀ ଖାଲି ପଡିଥିଲା. ଗଜପତିର ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାପାଳଙ୍କ ଦାୟିତ୍ୱ ତୁଲାଇ ଆସୁଥିଲେ. ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରିଛନ୍ତି. ଶ୍ରୀ ଅଗ୍ରୱାଲ ଅତି ତୁରନ୍ତ ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଉଥିବା ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ