ହିମାଂଶୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ଗ୍ରାମ ପଂଚାୟତ ର ନିମାଇଁ ମହାନ୍ତି ଷ୍ଟାଡିୟମ ରେ ୨୨ତମ ବ୍ଲକ ସ୍ତରୀୟ ସହିଦ ହିମାଂଶୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ମେଘା ଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ପୁରୁଣାଗଡ଼ ଜଗତସିଂହପୁର  ବନାମ ବାଣୀକ୍ଷେତ୍ର ଜଗତସିଂହପୁର ।ପ୍ରଥମେ ଟସ ଜିତି ପିସିସି ଜଗତସିଂହପୁର ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲା।ପିସିସି ଜଗତସିଂହପୁର ନିର୍ଦ୍ଧାରିତ ୧୮ଓଭର ରେ ୬ଉଇକେଟ ହରାଇ ୧୬୬ରନ ସଂଗ୍ରହ କରିଥିଲେ।ଦଳ ପକ୍ଷରୁ ଅନନ୍ତ ବାସୁଦେବ ୫୬ରନ କରିଥିଲେ। ବାଣୀକ୍ଷେତ୍ର ତରଫରୁ ବିକାଶ  ୩ଟି  ଉଇକେଟ ନେଇଥିଲେ। ଏହାର ଜବାବ ରେ ବାଣୀକ୍ଷେତ୍ର ଜଗତସିଂହପୁର କ୍ରିକେଟ କ୍ଲବ ୧୬୭ରନ ବିଜୟ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୧୭. ୧ ଓଭର ରେ ୧୩୭ରନ କରି ସମସ୍ତ ଉଇକେଟ ହରାଇ ପରାଜୟ ହୋଇଥିଲା ବାଣୀକ୍ଷେତ୍ର, ଜଗତସିଂହପୁର ।ମେଘା ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ବିଜେପି ରାଜ୍ୟ ଅନୁସୂଚିତ ଜାତି ସଭାପତି ଶ୍ରୀଯୁକ୍ତ ବାଇଧର ମଲ୍ଲିକ, ମୁଖ୍ୟବକ୍ତା ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଆରତୀ ନାଏକ, ସଂମ୍ମାନିତ ଅତିଥି ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ, ସମାଜ ସେବୀ ପ୍ରତାପ ପରିଡା, ଇନ୍ଦ୍ରମଣି ଜେନା ବିଜୟ ପଢିୟାରୀ,ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ସେନାପତି, ତରାସାହି ସରପଞ୍ଚ ରାଜକିଶୋର ବେହେରା, ଶିକ୍ଷାବିତି ଅପଛ ମହାନ୍ତି, ତାଳଦା ସରପଞ୍ଚ ଦୀପକ ପରିଡା, ସମିତି ସଭ୍ୟ ଅମୀୟ ସେଠୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସଭାପତି ଦିବାକର ସାହୁ।ଯାହାକି ଚଳିତ ବର୍ଷ ୨୨ତମ ବ୍ଲକ ସ୍ତରୀୟ ସହିଦ ହିମାଂଶୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ବିଜେତା ପିସିସି ଜଗତସିଂହପୁର  କୁ ଏମବିସିସି ଟ୍ରଫି ସହ ୨୨ହଜାର ଟଙ୍କା ଓ ରନର୍ସ ଦଳ ବାଣୀକ୍ଷେତ୍ର ଜଗତସିଂହପୁର କୁ ୧୭ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।ଅତୀଥି ମାନେ ଉପସ୍ଥିତ ରହି ଉଭୟ ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ।ଅତୀଥି ଙ୍କ ସହ କ୍ଳବ ସଭାପତି ଦିବାକର ସାହୁ ଓ ବରିଷ୍ଠ ଉପଦେଷ୍ଟା ବିଜନ କୁମାର ପରିଡା ଙ୍କ ଠାରୁ ମ୍ୟାନ ଅଫ ଦି ମ୍ୟାଚ ଅନନ୍ତ ବାସୁଦେବ ଓ ମ୍ୟାନ ଅଫ ଦି ସିରିଜ ପିସିସି ଜଗତସିଂହପୁର ଜ୍ୟୋତି ପ୍ରକାଶ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଡ୍ୟାନସିଂ ଅମ୍ପୟାର ମାଷ୍ଟର ସନ୍ତୋଷ ଓ ସୁନୀଲ ନାୟକ  ଖେଳ ପରିଚାଳନା କରିଥିଲେ। ଆୟୋଜକ ମା ବୁଢୀଆଣୀ କ୍ରିକେଟ କ୍ଲବ ଓ ନବ ଗଠିତ ତାଳଦା ବିକାଶ ପରିଷଦ କ୍ଳବ ସଭାପତି ଦିବାକର ସାହୁ, ସମ୍ପାଦକ ସୁନୀଲ ନାୟକ, ଭାଷ୍ୟକାର ଅମୁଲ୍ୟ ମହାନ୍ତି, ବିକ୍ରମ ନାୟକ, ମହାଦେବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ