୩୬ ତମ ରାଜ୍ୟ ସ୍ତରୀୟ ମଙ୍ଗଳା କପ୍ ଅନୁଷ୍ଠିତ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):ପୁରୀ ଜିଲ୍ଲା କାକଟପୁର ହାଇସ୍କୁଲ ପଛପଡିଆରେ ୩୬ତମ ମଙ୍ଗଳା କପ୍ ମେଘା ଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ଆଲଫା ସ୍ପୋଟିଂ ବ୍ରହ୍ମପୁର  ବନାମ ୟୁନିୟନ ସ୍ପୋଟିଂ କଟକ। ପ୍ରଥମେ ଟସ ଜିତି ଆଲଫା ସ୍ପୋଟିଂ ବ୍ରହ୍ମପୁର  ନିର୍ଦ୍ଧାରିତ ୨୫ଓଭର ରୁ ୨୧ଓଭର ରେ ସମସ୍ତ ଉଇକେଟ ହରାଇ ୭୬ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ କାର୍ତ୍ତିକ ପୋଲ ୧୯ ରନ, ସୋମ୍ୟ ବିଶ୍ୱାଳ ୧୪ ରନ କରିଥିଲେ। ୟୁନିୟନ ସ୍ପୋଟିଂ କଟକ ପକ୍ଷରୁ ପ୍ରଶାନ୍ତ ରାଣା ୫ଓଭର ରେ ୪ଟି ଉଇକେଟ ଅକ୍ତିଆର କରିଥିଲେ।ଏହାର ଜବାବ ରେ ୟୁନିୟନ ସ୍ପୋଟିଂ କଟକ ୭୭ରନ ବିଜୟ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୯ଓଭର ରେ ୨ ଉଇକେଟ ହରାଇ ୮୦ରନ କରି ବିଜୟୀ ହୋଇଥିଲା କଟକ। ୟୁନିୟନ ସ୍ପୋଟିଂ କଟକ ପକ୍ଷରୁ ବିଶ୍ୱଜିତ୍ତି ପ୍ରଧାନ ୧୭ବଲ ରୁ ୨୭ରନ ଓ ଅନିଲ ସାହୁ ୨୦ବଲ ରୁ ୨୪ରନ କରିଥିଲେ।ଯାହାକି ଚଳିତ ବର୍ଷ ୩୬ତମ ମଙ୍ଗଳା କପ୍ ବିଜେତା  ୟୁନିୟନ ସ୍ପୋଟିଂ କଟକ କୁ ଟ୍ରଫି ସହ ୫୦ହଜାର ୫ଶହ ୫୫ଟଙ୍କା ଓ ରନର୍ସ ଦଳ ଆଲଫା ସ୍ପୋଟିଂ ବ୍ରହ୍ମପୁର କୁ ୩୧ହଜାର ୩ଶହ ୩୧ଟଙ୍କା ଶହ ଟ୍ରଫି ପ୍ରଦାନ କରାଯାଇଥିଲା।ଅତୀଥି ଭାବେ ମୁଖ୍ୟଅତୀଥି ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ, ମୁଖ୍ୟ ବକ୍ତା ବିଜେପି ଜିଲ୍ଲା ସଭାପତି ଡ଼ଃ ଦେବେନ୍ଦ୍ର ନାଥ ତରାଇ,ସଂମାନୀତ ଅତୀଥି ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ଜଗତସିଂହପୁର ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ୱାଇଁ,ସମାଜସେବୀ ଜ୍ଞାନ ରଞ୍ଜନ ସାହୁ, ହିମାଂଶୁ ଭୂଷଣ ଦୀକ୍ଷିତି ,କାକଟପୁର ବ୍ଲକ ସାଂସଦ ପ୍ରତିନିଧି କୈଳାଶ ନାୟକ, ନାରୀ ନେତ୍ରୀ ସୁମିତ୍ରା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।ଅତୀଥି ମାନେ ପ୍ରଶାନ୍ତ ରଣା ଙ୍କୁ ମ୍ୟାନ ଅଫ ମ୍ୟାଚ ଓ ସୌରଭ କନଜିଆ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା । ସ୍ୱୀକୃତି ପ୍ରାପ୍ତ ଅଭିଜ୍ଞ ଖେଳ ପରିଚାଳକ ନିର୍ମଳ କୁମାର ମିଶ୍ର ଓ ଅୟସକାନ୍ତ ମିଶ୍ର ଖେଳ ପରିଚାଳନା କରିଥିଲେ। କ୍ଳବ ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତି, ଭାଗବତ ସ୍ୱାଇଁ, କୁମାର ଭବାନୀ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ। ମଙ୍ଗଳା କ୍ଲବ ର ସଦସ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା  ତୁଷାର ରଞ୍ଜନ ଦୀକ୍ଷିତି,ସମ୍ପାଦକ ଶୁଭାଂଶୁ ଦୀକ୍ଷିତି, ସୂର୍ଯ୍ୟକାନ୍ତ ଦୀକ୍ଷିତି,କୁନାଲ ଦାସ,ଶ୍ୟାମ ସୁନ୍ଦର ରଣା ପ୍ରମୁଖ ଉପସ୍ଥିତ ରହି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ