ମୁଗୁପୁରଉଚ୍ଚ ବିଦ୍ୟାଳୟର ୨୦୦୭ ମାଟ୍ରିକ୍ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ସମାବେଶ

ହାଟଡିହି(ଓ୍ବାଇଏନଏସ):  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଅବସ୍ଥିତ ପବିତ୍ର ମା’ ଗଡ଼ଚଣ୍ଡୀ ପୀଠ ପରିସରରେ ମୁଗୁପୁର ଉଚ୍ଚ ବିଦ୍ୟାଳୟର ୨୦୦୭ ମାଟ୍ରିକ୍ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ଅତ୍ୟନ୍ତ ଆତ୍ମୀୟତାପୂର୍ଣ୍ଣ ବନ୍ଧୁ ମିଳନ ଉତ୍ସବ ସମ୍ପ୍ରତି ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୧୮ ବର୍ଷ ପରେ ଏହି ସମାଗମରେ ସମସ୍ତଙ୍କ ମନରେ ପୁରାତନ ସ୍ମୃତି, ଅଭୁଲା ବିଦ୍ୟାଳୟ ଜୀବନର ମଧୁର ମୁହୂର୍ତ୍ତ ଏବଂ ସେହି ଦିନମାନଙ୍କର ଅନୁଭୂତି ପୁନର୍ଜୀବିତ ହୋଇଥିଲା। ଏହି ଭାବପ୍ରବଣ ମୁହୂର୍ତ୍ତରେ ସମସ୍ତେ ପୁରୁଣା ଦିନର କଥାକହାଣି, ହସଖୁସି ଓ ବନ୍ଧୁତ୍ୱର ଆନନ୍ଦରେ ମତ୍ତ ହୋଇପଡ଼ିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜର ବର୍ତ୍ତମାନର କର୍ମମୟ ଜୀବନ, ଅଭିଜ୍ଞତା ଓ ସଫଳତା ବିଷୟରେ ଆଲୋକପାତ କରିଥିଲେ। ସେମାନେ ଆଗାମୀ ଦିନରେ ପରସ୍ପରକୁ ସହଯୋଗ, ସମର୍ଥନ ଓ ସହକର୍ମର ହାତ ବଢ଼ାଇବା ପାଇଁ ଦୃଢ଼ ସଂକଳ୍ପ ଗ୍ରହଣ କରିଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ  ପୁରାତନ ଛାତ୍ର ଆଶୀର୍ବାଦ ଓଝା ଏବଂ ସୁଧାଂଶୁ ଶେଖର ସାହୁ ସଂଯୋଜନା କରିଥିଲେ।  ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ଦ୍ୱିବେଦୀ, ସୁଶାନ୍ତ ରାଉତ, ରାଜୁ ରାଉତ, ଦେବରଞ୍ଜନ ଦାସ, ସୁନିତ୍ କୁମାର ସାହୁ, ନିଶିକାନ୍ତ ଦ୍ୱିବେଦୀ, ବଳରାମ ସାହୁ, ଅବନୀ କୁମାର ନାୟକ, ନିରାକାର ବେହେରା, ଦୁଷ୍ମନ୍ତ ମଲ୍ଲିକ, ସସ୍ମିତା ସାହୁ, ପ୍ରତ୍ୟୁଷ୍ଣା ସାହୁ, ଅନିତା ରାଉତ, ଦୀପାଞ୍ଜଳି ପଣ୍ଡା, ଶୁଭଲକ୍ଷ୍ମୀ ଶା, ପ୍ରିୟଦର୍ଶିନୀ ସାହୁ, ମାନସୀ ସୁଭଦର୍ଶିନୀ ସାହୁ, ରମାକାନ୍ତ ସେଠୀ, ନୀଳମଣି ରାଉତ, ଟୁଲୁ ପଣ୍ଡା, ଜଗବନ୍ଧୁ ମହାନ୍ତି, ସୌମ୍ୟରଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇ ଥିଲେ।  “ରକ୍ତଦାନ ମହତ୍ ଦାନ” ଏହି ମହତ୍ ଭାବନାକୁ ଆଧାର କରି ସମସ୍ତଙ୍କ ସହଭାଗିତାରେ ଆଗାମୀ ୧୦ ତାରିଖରେ ଏକ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ସମାଜକୁ ଏକ ସୁନ୍ଦର ଓ ମହତ୍ ବାର୍ତ୍ତା ପ୍ରଦାନ କରିବ ବୋଲି ଆଶୀର୍ବାଦ ଓଝା ପ୍ରକାଶ କରିଛନ୍ତି। ଏହି ବନ୍ଧୁମିଳନ କେବଳ ଏକ ସମାଗମ ନୁହେଁ, ବରଂ ପୁରାତନ ବନ୍ଧୁତ୍ୱର ପୁନଃସ୍ଥାପନ ଓ ସମାଜସେବାର ଏକ ସୁନ୍ଦର ଉଦାହରଣ ସାଜିବ ବୋଲି ସମସ୍ତେ ମତ ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ