ପାରଳା ବିଧାୟକ’ଙ୍କ ଦ୍ଵାରା ’ସଂସ୍କୃତି ଭବନ’ ଉଦଘାଟିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ୍ ଅନ୍ତର୍ଗତ ଭୁବନୀ ଗ୍ରାମ ପଞ୍ଚାୟତର ସାଣ୍ଡାଙ୍ଗ ଗ୍ରାମରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନସ୍ଥ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ନୂତନ ଭାବେ ନିର୍ମିତ ସଂସ୍କୃତି ଭବନକୁ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଉଦଘାଟିତ କରିଛନ୍ତି. ଜନଜାତି ସମ୍ପ୍ରଦାୟ ଲୋକଙ୍କ ସଂସ୍କୃତିର ପ୍ରଗତି ନିମନ୍ତେ ଏହି ସଂସ୍କୃତି ଭବନ ବେଶ ଉପଯୋଗୀ ହୋଇପାରିବ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ଉଦଘାଟନ ଉତ୍ସବରେ କହିଥିଲେ । ୫ ଲକ୍ଷ ଟଙ୍କା ବ୍ୟୟରେ ଏହି ସଂସ୍କୃତି ଭବନ ନିର୍ମାଣ ହୋଇଥିବା ବେଳେ ଏଠାରେ ବିଶେଷ ସୁବିଧା ରହିଥିବା ଜଣାଯାଇଛି । ସାଣ୍ଡାଙ୍ଗ ଗ୍ରାମବାସୀ ସାଂସ୍କୃତିକ ସମେତ ଗ୍ରାମର ବିଭିନ୍ନ ବିଷୟରେ ଏଠାରେ ଆଲୋଚନା କରିବାରେ ବେଶ ସହାୟକ ହୋଇପାରିବେ । ସେଇଭଳି ନର୍ସରୀ ଗ୍ରାମ ଓ ତରଭା ରେ ମଧ୍ୟ ସାଂସ୍କୃତିକ ଭବନ ଭିର୍ତିଭୂମି ପ୍ରସ୍ତର କରାଯାଇଥିଲା, ଶେଷରେ ସେରଙ୍ଗ ନିକଟ ରେ ଥିବା ତାରିଣୀ ମନ୍ଦିର ଓ ତାପରିସର ପର୍ଯ୍ୟଟନ କ୍ଷେତ୍ର ର ସୋଉନ୍ଦର୍ଯ୍ୟ ର ଉନ୍ନତିକରଣର ଭିତ୍ତିଭୂମି ସ୍ଥାପନ ହୋଇଥିଲା। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବାରା ତିରୁପତି ରାଓ , ଗୁମ୍ମା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ , ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରେଣୁକା ପାତ୍ର , ସମିତିସଭ୍ୟା ଅନିତା ଭୂୟାଁ , ସରପଞ୍ଚ ଶ୍ରୀ ପ୍ରଦୀପ ମଣ୍ଡଳ, ଆଇଟିଡିଏ: ପ୍ରକଳ୍ପ ପ୍ରଶାସକ ଶ୍ରୀ ଅଂଶୁମାନ ମହାପାତ୍ର ଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।


