ବିଦେଶୀ ମଦ ଜବତ ଅଭିଯୋଗରେ ଯୁବକ ଅଟକ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଅବକାରୀ ଥାନା ଭାରପ୍ରାପ୍ତ ଓଆଇସି ଏନ୍. ତ୍ରିପତୀ ରେଡ୍ଡୀ ସଦଳବଳେ ଶନିବାର ସନ୍ଧ୍ୟାରେ ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଯୋଗିଆ ପଲ୍ଲୀ ଗ୍ରାମ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଗ୍ରାମର ରମେଶ ରେଡ୍ଡୀ ଏକ ବ୍ୟାଗ ଧରି ରାସ୍ତାରେ ସନ୍ଦେହଜନକ ଭାବେ ଠିଆ ହୋଇଥିଲେ।ଅବକାରୀ କର୍ମଚାରୀ ବୃନ୍ଦ ତାଙ୍କୁ ଅଟକାଇ ଖାନତଲାସି କରିବାରୁ ସେଥିରେ ବହୁ ସଂଖ୍ୟକ ବିଦେଶୀ ମଦ ବୋତଲ ଥିବା ଜଣାପଡିଥିଲା। ଘଟଣାସ୍ଥଳରେ ଜବତ ତାଲିକା ପ୍ରସ୍ତୁତ କରାଯାଇ  ମାପଚୁପ କରିବାରୁ ବୋତଲ ଗୁଡିକରେ ୧୪.୭୫୦ ଲିଟର ବିଦେଶୀ ମଦ ଥିବା ଜଣାପଡିଥିଲା। ତାଙ୍କୁ ପଚରାଉଚୁରା କରିବାରୁ ସେ ଗ୍ରାମରେ ବେଆଇନ ଭାବେ ମଦ ବିକ୍ରୀ କରୁଥିବା ସ୍ବୀକାର କରିଥିଲେ।  ଅବକାରୀ କର୍ମଚାରୀ ବୃନ୍ଦ ତାଙ୍କୁ ଉଠାଇ ଆଣି ଅବକାରୀ ଥାନାରେ ଅଟକ ରଖିଛନ୍ତି।ଅବକାରୀ ମାମଲା ନଂ.୧୮୬/୨୫- ୨୬ ଅନୁଯାୟୀ ରବିବାର ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଭାରପ୍ରାପ୍ତ ଓଆଇସି କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ