ପୂର୍ବାଞ୍ଚଳ ଦଳରେ ଖେଳିବେ ୪ ଓଡ଼ିଆ

କଟକ, (ଓ୍ବାଇଏନଏସ): ଆସନ୍ତା ୨୦୨୬ ଦୁଲୀପ ଟ୍ରଫି ପାଇଁ ପୂର୍ବାଞ୍ଚଳ ଦଳରେ ଓଡ଼ିଶାର ଅଭିଜ୍ଞ ବ୍ୟାଟର୍ ଶୁଭ୍ରାଂଶୁ ସେନାପତି ସ୍ଥାନ ପାଇଛନ୍ତି । ଏହି ପ୍ରତିଯୋଗିତା ଅଗଷ୍ଟ ୨୩ରୁ ସେପ୍ଟେମ୍ୱର ୧୦ ପର୍ଯ୍ୟନ୍ତ ବେଙ୍ଗାଲୁରୁ ସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଆୟୋଜିତ ହେବ । ୧୫ ସଦସ୍ୟ ବିଶିଷ୍ଟ ପୂର୍ବାଞ୍ଚଳ ଦଳରେ ପାଞ୍ଚ ଜଣ ଅନ୍ତର୍ଜାତୀୟ କ୍ରିକେଟର ସ୍ଥାନ ପାଇଛନ୍ତି । ସମ୍ୱିତ ଏସ୍.ବରାଳ ଓnews  ସ୍ୱସ୍ତିକ ସାମଲଙ୍କୁ ଷ୍ଟାଣ୍ଡ୍ବାଏ ଖେଳାଳି ଭାବେ ଚୟନ କରାଯାଇଛି । ଏହାସହ ଓଡ଼ିଶାର ପ୍ରୀତମଜିତ ଦାସ ପୂର୍ବାଞ୍ଚଳ ଦଳର ସହକାରୀ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି । ପୂର୍ବାଞ୍ଚଳ ଦଳ ଆସନ୍ତା ଅଗଷ୍ଟ ୨୩ ତାରିଖରେ ଉତ୍ତରାଞ୍ଚଳ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରାଙ୍କ ସମେତ ସମସ୍ତ ପଦାଧିକାରୀ ଓ ସଦସ୍ୟ ଶୁଭ୍ରାଂଶୁ ସେନାପତି, ସମ୍ୱିତ ଏସ୍. ବରାଳ, ସ୍ୱସ୍ତିକ ସାମଲ ଓ ପ୍ରୀତମଜିତ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୂଚନାଯୋଗ୍ୟ, ପୂର୍ବାଞ୍ଚଳ ଦଳରେ ବହୁ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି । ଭାରତୀୟ ୱିକେଟରକ୍ଷକ ବ୍ୟାଟର୍ ଇଶାନ୍ କିଷନ ଅଧିନାୟକ ଓ ବୈଭବ ସୂର୍ଯ୍ୟବଂଶୀ ଉପଅଧିନାୟକ ମନୋନୀତ ହୋଇଛନ୍ତି । ମହମ୍ମଦ ସାମି ଓ ମୁକେଶ କୁମାର ଦଳରେ ମଧ୍ୟ ସାମିଲ୍ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ