ଦିବ୍ୟ ଜୀବନ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ପାଳିତ
ବୁଗୁଡ଼ା (ଅନୀଲ କୁମାର ମହାରଣା): ପବିତ୍ର ଗୁରୁ ପୂର୍ଣ୍ଣିମା ୨୯/୭/୨୬ ତାରିଖ ଦିନ ବୁଗୁଡ଼ା ଦିବ୍ୟ ଜୀବନ ସଂଘ ପକ୍ଷରୁ ଶିବାନନ୍ଦ ଆଶ୍ରମର ପ୍ରାର୍ଥନା ଗୃହରେ ପ୍ରାତ ୫ ଘଣ୍ଟା ଠାରୁ ୬.୧୫ ପର୍ଯ୍ୟନ୍ତ ଧ୍ୟାନ, ଜପ, ଯୋଗ ପ୍ରଭୃତି ଅନୁଷ୍ଠିତ ହୋଇଥିଲା। ଏହାପରେ ସାଢ଼େ ସାତ ଘଣ୍ଟାରେ ଗୁରୁପାଦ ପୂଜା ଅନୁଷ୍ଠିତ ହୋଇଥିଲା। ଦିବା ଦଶ ଘଣ୍ଟା ଠାରୁ ଗଣେଶ ବନ୍ଦନାରୁ ଆରମ୍ଭ ହୋଇ ହନୁମାନ ଚାଳିଶା, ଭଜନ, କୀର୍ତ୍ତନ, ଗୁରୁବାଣୀ ଜପ, ମହାମନ୍ତ୍ର ସହ ଆଳତି ଓ ପୁଷ୍ପାଞ୍ଜଳୀ ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପଦେଷ୍ଟା ପ୍ରଫୁଲ କୁମାର ପାଢ଼ୀ, ସଭାପତି ରଘୁନାଥ ସାହୁ, ସମ୍ପାଦକ ସନ୍ତୋଷ କୁମାର ରାଉତ, କୋଷାଧକ୍ଷ କିଶୋର ଚନ୍ଦ୍ର ପଣ୍ଡା, ପୂର୍ବତନ ସଭାପତି ଶ୍ରୀ ବିଷୋୟୀ, ରଶ୍ମିତା ଗୌଡ, ସୁଜାତା ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


