ସୁନାମଧନ୍ୟ ଡାକ୍ତର ବିଜୟ କୁମାର ନାୟକଙ୍କ ପରଲୋକ

ଗୁଣପୁର,(ୱାଇଏନଏସ): ସୁନାମଧନ୍ୟ ତଥା ଲୋକ ପ୍ରିୟ ସ୍ତ୍ରୀ ଓ ପ୍ରସ୍ତୁତି ବିଶେଷଜ୍ଞ ଡାକ୍ତର ବିଜୟ କୁମାର ନାୟକଙ୍କ ଗଂଜାମ ଜିଲ୍ଲା ଶେରଗଡ ଗୋଷ୍ଠୀ ସାସ୍ଥ୍ଯ କେନ୍ଦ୍ରରେ କାର୍ୟ୍ଯରତ ଥିବା ସମୟରେ ପରଲୋକ ଘଟିଛି। ମଙ୍ଗଳବାର ଦିନ ଡାକ୍ତରଖାନାରେ କାମ କରୁଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତୁରନ୍ତ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ହୃଦଘାତରେ ମୃତ୍ୟୁ ବରଣ ହୋଇଥିବା ଡାକ୍ତର ମାନେ ଘୋଷଣା କରିଥିଲେ। ଡାକ୍ତର ନାୟକଙ୍କ ନିଜ ଘର ବ୍ରହ୍ମପୁର ଉତ୍ଜଳ ଆଶ୍ରମ ରୋଡ଼ । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିବା ବେଳେ ଧର୍ମପତ୍ନୀ ଓ ଜଣେ ଝିଅ ରହିଛନ୍ତି। ସ୍ଵର୍ଗତଃ ବିଜୟ କୁମାର ନାୟକ ସ୍ତ୍ରୀ ଓ ପ୍ରସ୍ତୁତି ବିଶେଷଜ୍ଞ ଡାକ୍ତର ରୂପେ ୧୯୯୪ ମସିହାରୁ ଚାକିରୀ ଜୀବନ ଆରମ୍ଭ କରି ଅବିଭକ୍ତ କୋରାପୁଟ ଜିଲ୍ଲା ର ବିଭିନ୍ନ ଆଦିବାସୀ ଉପାନ୍ତ ଅଞ୍ଚଳରେ ଉତ୍ତମ ରୋଗୀ ସେବା ଯୋଗାଇ ଲୋକଙ୍କ ଆସ୍ଥାଭାଜନ ହୋଇ ସୁନାମ ଅର୍ଜନ କରିଥିଲେ। ଦୁର୍ଗମ ନକ୍ସଲ ପ୍ରବଣ ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ କାମ କରିଥିଲେ। ସେହିପରି
୨୦୨୦ ରୁ ୨୦୨୨ କୋଭିଡ୍ ସମୟରେ ଗଂଜାମ ବୋମକାଇ ଗୋଷ୍ଠୀ ସାସ୍ଥ୍ଯ କେନ୍ଦ୍ରରେ ଉଲେଖନୀୟ କାର୍ୟ୍ଯ ପାଇଁ ପୁରସ୍କୃତ ହୋଇଥିଲେ। ଡାକ୍ତର ନାୟକଙ୍କ ପେଷା ଡାକ୍ତର ହୋଇଥିବା ବେଳେ ନିଶା ଜଣେ ସୁନାମଧନ୍ୟ ଗାୟକ ରୂପେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ଡାକ୍ତର ନାୟକ ହେଉଛନ୍ତି ଅବସରପ୍ରାପ୍ତ ତହସିଲଦାର ଶରତ ଚନ୍ଦ୍ର ନାୟକଙ୍କ ଶଳା ହେବେ। ତାଙ୍କର ଆକସ୍ମିକ ବିୟୋଗରେ ଶେରଗଡ଼ ଓ ବ୍ରହ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଗଂଜାମ ମେଡିକାଲ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ