କୁଖ୍ୟାତ ଲୁଟେରା ଗିରଫ : ବିଭିନ୍ନ ଥାନାରେ ରହିଛି ୭୮ଟି ମାମଲା
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ରାଜଧାନୀ ର ବିଭିନ୍ନ ଥାନା ଅଂଚଳରେ ଲୁଟପାଟ କରୁଥିବା କୁଖ୍ୟାତ ଅପରାଧୀ ତଥା ଲୁଟେରା ଅସ୍ତରଙ୍ଗ ଥାନା ଅଂଚଳର ନିରଞ୍ଜନ ସ୍ୱାଇଁ ଓରଫ ନଣ୍ଡା କୁ ଗିରଫ କରିଛି ଧଉଳି ଥାନା ପୋଲିସ।ଖବର ମୁତାବକ, ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଏକ ଲୁହା ରଡ଼ ସହାୟତାରେ କୌଶଳରେ ଲୁହା ଗ୍ରିଲ ତାଡି ଘରେ ଥିବା ସାମଗ୍ରୀ ଲୁଟ କରିବା ପେସା ନିରଞ୍ଜନ ସ୍ୱାଇଁ ଓରଫ ନଣ୍ଡା ର କାମ। ଯାହା ଫଳରେ କି ଭୁବନେଶ୍ୱର ସମେତ ବିଭିନ୍ନ ଥାନାରେ ନିରଞ୍ଜନ ସ୍ୱାଇଁ ନାଁ ରେ ୭୮ଟି ମାମଲା ରହିଛି। ଅଭିଯୁକ୍ତ କୁ ଧରିବାକୁ ଧଉଳି ଥାନା ପୋଲିସ ଓ କମିଶନରେଟ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ଭୁବନେଶ୍ୱର, ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ଥାନା ଅଂଚଳରେ ତଦନ୍ତ କରୁଥିଲେ। ଯାହା ଫଳରେ ଧଉଳି ଥାନା ପୋଲିସ କୁଖ୍ୟାତ ଅପରାଧୀ ନିରଞ୍ଜନ ସ୍ୱାଇଁ ଓରଫ ନଣ୍ଡାକୁ ଗିରଫ କରିବାରେ ସକ୍ଷମ ହୋଇଛି।ନଣ୍ଡା ନିକଟରୁ ଏକ ଅଟୋ ରିକ୍ସା, ଗୋଟିଏ କ୍ରୋ ବାର (ରଡ଼ ବଙ୍କା ପାଇଁ ଗୋଟିଏ ପାର୍ଶ୍ୱ ଏବଂ ଅନ୍ୟ ଏକ ପାର୍ଶ୍ୱ ବାହାର କରିବା ପଏଣ୍ଟ ), ଗୋଟିଏ ରୂପା ଚେନ ୫ଗ୍ରାମ ୮୨୦ମିଲିଗ୍ରାମ, ୧୫ଟି ନଗଦ ରୂପା ମୁଦ୍ରା (୨୮ଗ୍ରାମ ୮୨୦ମିଲି ଗ୍ରାମ )ଜବତ କରିଛି ପୋଲିସ। ଯାହା ସୂଚନା ଦେଇଛନ୍ତି ଧଉଳି ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତି।


