୧୯୯୧ ମସିହା ବ୍ୟାଚର ବନ୍ଧୁମିଳନ
ନାଉଗାଁ,(ଓ୍ବାଇଏନଏସ): ନାଉଗାଁ ବ୍ଳକ ଅନ୍ତର୍ଗତ ବାଲିସାହିସ୍ଥିତ ବିପିନି ବିହାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୯୧ ମସିହା ବ୍ୟାଚର ବନ୍ଧୁମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପ୍ରତିଷ୍ଠାତା ବିପିନି ବିହାରୀ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଆରପାରିକୁ ଚାଲି ଯାଇଥିବା ସହପାଠୀ ଓ ଶିକ୍ଷକମାନଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହାପରେ ପୁରାତନ ଛାତ୍ର ବିରଞ୍ଚି ନାରାୟଣ ଦାସଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଜୟକୃଷ୍ଣ ଲେଙ୍କା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିବ ଚରଣ ଲେଙ୍କା,ବିଦ୍ୟାଳୟର ଶିକ୍ଷକ ତଥା ସିଆରସିସି ଅକ୍ଷୟ କୁମାର ରାଉତ, ଶିକ୍ଷୟିତ୍ରୀ ସିପ୍ରା ଦାସ, ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବେହୁରା, ଶିକ୍ଷୟିତ୍ରୀ ପ୍ରଜ୍ଞାପାରମିତା ନାୟକ ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଓ ବର୍ତମାନ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ନିଜର ପୁରୁଣା ଦିନର ଅନୁଭୂତିକୁ ବଖାଣିବା ସହିତ ଭାବବିହ୍ୱଳ ହୋଇ ପଡିଥିଲେ । ଏହି କାର୍ୟ୍ୟକ୍ରମକୁ ପୁରାତନ ଛାତ୍ର ଦୀପ୍ତିରଞ୍ଜନ ପରିଜା, ପ୍ରଶାନ୍ତ ଲେଙ୍କା, ସଞ୍ଜୟ ବାରିକ୍, ମନୋରଞ୍ଜନ ପରିଡା, ଧନଞ୍ଜୟ ନାୟକ, ଅତୀନ୍ଦ୍ର ପରିଡା, ଅଜୟ ଦାସ, ଶିବଶଙ୍କର ମହାନ୍ତି, ବିରଞ୍ଚି ନାରାୟଣ ଦାସ, ବଞ୍ଚିତ ପଟ୍ଟନାୟକ, ଟୁଲୁ ପ୍ରସାଦ ଲେଙ୍କା, ଭାଗବତ ମହାପାତ୍ର, ପ୍ରକାଶ ସ୍ୱାଇଁ, ନାରାୟଣ ପଟ୍ଟନାୟକ, ଜମ୍ବେବ ରାଉତ, ନିରଞ୍ଜନ ସେଠୀ, ଚିନ୍ମୟୀ ନାୟକ, ମହାମୟୀ ନାୟକ, ମଧୁସ୍ମିତା ଲେଙ୍କା, କବିତା ଲେଙ୍କାଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ବନ୍ଧୁମିଳନ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।


