ଜିଲ୍ଲାସ୍ତରୀୟ କୃଷିଯନ୍ତ୍ରପାତି ମେଳା ଉଦଯାପିତ
କଟକ (ଓ୍ବାଇଏନଏସ): ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେଉଥିବା ପଞ୍ଚଦିବସୀୟ ଜିଲ୍ଲା କୃଷି ଯନ୍ତ୍ରପାତି ମେଳାର ଆଜି ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, ସଭାପତି ଜିଲ୍ଲା ପରିଷଦ କଟକ, ଶ୍ରୀମତୀ ସୁଭଦ୍ରା ଦାସ, ଉପସଭାପତି ଜିଲ୍ଲା ପରିଷଦ କଟକ, ଇଂ ବିଷ୍ଣୁ ପ୍ରସାଦ ମିଶ୍ର,ମୁଖ୍ୟ କୃଷି ଯନ୍ତ୍ରୀ ଓ ଅନ୍ଯାନ୍ଯ ଅତିଥି ଉପସ୍ଥିତ ରହି ଚାଷୀମାନଙ୍କ ମନୋବଳ ବୃଦ୍ଧି କରିଥିଲେ। ଇଂ ପ୍ରଫୁଲ ଚନ୍ଦ୍ର ସ୍ଵାଇଁ, ଅଧୀକ୍ଷଣ ଯନ୍ତ୍ରୀ (କୃଷି), କେନ୍ଦ୍ରାଞ୍ଚଳ ଇଂ ପ୍ରଭାତ କୁମାର ବିଶ୍ଵାଳ, ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ( କୃଷି) ଡ. ରଞ୍ଜନ କୁମାର ମହନ୍ତ,ଡ. ଦିଲ୍ଲୀପ ଷଡଙ୍ଗୀ, ବୈଜ୍ଞାନିକ କେ ଭି କେ କଟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉଦଯାପନୀ ସମାରୋହରେ ସଭାପତିତ୍ଵ କରିଥିଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କମଳକାନ୍ତ ପାଣିଗ୍ରାହୀ । ପଞ୍ଚଦିବସୀୟ କୃଷି ଯନ୍ତ୍ରପାତି ମେଳା ରେ କୃଷି କର୍ମଶାଳା ,କ୍ରେତା ବିକ୍ରେତା ସମ୍ମିଳନୀ, ଜିଲ୍ଲାସ୍ତରୀୟ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଭଳି ଅନେକ କାର୍ଯ୍ୟକ୍ରମ ସାମିଲ ହୋଇଥିଲା । ଏହି ମେଳା ରେ ପ୍ରାୟ ୮୦ରୁ ଉର୍ଦ୍ଧ ଷ୍ଟଲ ରେ ନିର୍ମାତାମାନେ ନିଜର ବିଭିନ୍ନ ପ୍ରକାର ମେସିନ ପ୍ରଦର୍ଶିତ କରିଥିଲେ । ବିଭିନ୍ନ ବ୍ଲକ ରୁ ଆସିଥିବା ପ୍ରାୟ ୧୮୦୦ ଜଣ ଚାଷୀ ମେଳାରେ ଯୋଗ ଦେଇଥିଲେ । ଏହି ମେଳା ରେ ଶ୍ରୀ ଆଶିଷ କୁମାର ସାହୁ,ଅଧକ୍ଷ ଷ୍ଟାଣ୍ଡିଂ କମିଟି କୃଷି ଓ ଆନୁଷଙ୍ଗିକ ବିଭାଗ ଯୋଗଦେଇ ଡିଜିଟାଲ କ୍ରପ ସର୍ଭେ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷକ ପଞ୍ଜୀକରଣ ଭଳି ବିଭିନ୍ନ ଯୋଜନା ରେ କୃତକାର୍ଯ୍ୟ ହୋଇଥିବା ବିଭିନ୍ନ କୃଷି ଅଧିକାରୀ ମାନଙ୍କୁ ପୁରସ୍କୃତ କରିଥିଲେ । ମେଳାରେ ଟ୍ରାକ୍ଟର, ପାୱାରଟିଲର, ମୁଢି ମେସିନ ଭଳି ପ୍ରାୟ ଏକ କୋଟି ରୁ ଉର୍ଦ୍ଧ ଟଙ୍କାର ଯନ୍ତ୍ରପାତି ବୁକିଂ ହେଇଛି । ଏହି ସଭାରେ କୃଷି ନିର୍ବାହୀ ଯନ୍ତ୍ରୀ କଟକ ଇଂ ପ୍ରଶାନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।


