ମୁନିଗୁଡାର କଳିଙ୍ଗ ବୈଶ୍ୟ ସଙ୍ଘ ଦ୍ୱାରା ମକର ସଂକ୍ରାତି ଉତ୍ସବ ପାଳିତ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡାର ବାସବୀ କନିକା ପରମେଶ୍ୱରୀ ମନ୍ଦିର ତଥା କଳିଙ୍ଗ ବୈଶ୍ୟ ସଙ୍ଘ ଦ୍ୱାରା ପବିତ୍ର ମକର ସଂକ୍ରାତି ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ପୁରୋହିତ ଜଗବନ୍ଧୁ ପଣ୍ଡା, ସଦାନନ୍ଦ ମହାପାତ୍ର ଓ କନିକା ପରମେଶ୍ୱରୀ ମନ୍ଦିରର ମୁଖ୍ୟ ପୁରୋହିତ ସୁରେଶ ରଥ ମିଳିତ ପୌରାହିତ୍ୟରେ ମାଆଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା l ସଙ୍ଘର ବରିଷ୍ଠ ଉପଦେଷ୍ଟା ଭି.ଚନ୍ଦ୍ରଶେଖର ଓ ବରିଷ୍ଟ ସଦସ୍ୟ ଏନ.ନାରାୟଣ ରାଓଙ୍କ ମିଳିତ ସଂଯୋଜନାରେ କଳିଙ୍ଗ ବୈଶ୍ୟ ସଙ୍ଘ ଓ ଯୁବକ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ହୋଇଥିଲା l କଳିଙ୍ଗ ବୈଶ୍ୟ ସଙ୍ଘର ସଭାପତି ଭାବେ ଜି. ସୂର୍ଯ୍ୟ ନାରାୟଣ ପାତ୍ର, ସମ୍ପାଦକ ଭାବେ ଭି. ସତ୍ୟ ନାରାୟଣ ଓ କୋଷାଧକ୍ଷ ଭାବେ ଏମ. ଶ୍ରୀନିବାସଙ୍କୁ ଚୟନ କରାଯାଇଥିବା ବେଳେ କଳିଙ୍ଗ ବୈଶ୍ୟ ଯୁବକ ସଙ୍ଘର ସଭାପତି ଭାବେ ଟି.ଅଶୋକ କୁମାର,ଉପ ସଭାପତି ଏନ.କିଶୋର,ସମ୍ପାଦକ ଜି.ଶ୍ରୀନାଥ ଓ କୋଷାଧକ୍ଷ ଟି.ସନ୍ତୋଷଙ୍କୁ ସର୍ବସାମ୍ମତି କ୍ରମେ ଚୟନ କରାଯାଇଥିଲା l ନୂତନ ଭାବେ ଚୟନ କର୍ମକର୍ତ୍ତା ମାନେ ଅନୁଷ୍ଠାନର ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ପାଳନ କରିବା ସହ ଆଗାମୀ ଦିନରେ ସଙ୍ଘ ତରଫରୁ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଥିଲେ l ଏହି ଅବସରରେ ଉଭୟ ସଙ୍ଘର ନୂତନ କର୍ମକର୍ତା ଓ ପୂର୍ବତନ ସଭାପତି କେ.ସତ୍ୟନାରାୟଣ ରାଓ(ବାବୁଜି) ପି.ରାମବାବୁ,ଲାଡି.ସିମାଞ୍ଚଳ ଉପଦେଷ୍ଟା ମଣ୍ଡଳୀ କେ.ନାଗରାଜୂ,ଜି.ଗୌରୀ ଶଙ୍କର ଜି.ନାଗାରାଜୁ,ଜାମି.ମହେଶ୍ୱର ରାଓ, କେ.ଶ୍ରୀନିବାସ,ଭି.ଭେଙ୍କେଟରାବଣାଙ୍ କ ସମେତ ଅନ୍ୟ ବରିଷ୍ଠ ସଦସ୍ୟ ଓ ସାମ୍ବାଦିକ ମାନଙ୍କୁ ଉପ ଡ଼ଉଙ୍କନ ଦେଇ ସମ୍ମାନିତ କରାଯାଇଥିଲା l ଶେଷରେ ସମସ୍ତ କର୍ମକର୍ତା ଓ ସଦସ୍ୟ ମାନଙ୍କ ଦ୍ୱାରା ଏକ ବଡ଼ ପଟୁଆରରେ ମନ୍ଦିର ପରିସରରୁ ଏକ ସଭାଯାତ୍ରାରେ ବାହାରି ସହର ପରିକ୍ରମା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଯୁବକ ସଙ୍ଘର ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ, ସେହିପରି କଳିଙ୍ଗ ବୈଶ୍ୟ ସମାଜ ଗୃହ ପରିସରରେ ସଙ୍ଘର ସଭାପତି ଭାବେ ୟୁ.ରାଜେନ୍ଦ୍ର ପାତ୍ର,ଉପ ସଭାପତି ଦୁଃଖିଶ୍ୟାମ ସୁବୁଦ୍ଧି,ସମ୍ପାଦକ ପି.ତିରୁପତି ପାତ୍ର, କୋଷାଧକ୍ଷ ଭାବେ ସନ୍ତୋଷ ପାତ୍ର ଓ ମହିଳା ସଙ୍ଘର ସଭାନେତ୍ରୀ ବି.ମୋନୀ ପାତ୍ର, ସମ୍ପାଦିକା ଝୁନୁରାଣୀ ପାତ୍ର ଓ କୋଷାଧକ୍ଷ ଭାବେ ପି.ସ୍ୱପ୍ନାରାଣୀ ପାତ୍ର ପ୍ରମୁଖଙ୍କୁ ଚୟନ କରାଯାଇଛି l


