ମୁନିଗୁଡା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକ କ୍ରୀଡା ଉତ୍ସବ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷା କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ମାତୃପ୍ରସାଦ ଦାସ ଓ ବରିଷ୍ଠ ଗୁରୁଜୀ ହରେନ୍ଦ୍ର ଜେନାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କ୍ରୀଡା ଉତ୍ସବରେ ପ୍ରଥମେ ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ମାଆ ଠାକୁରାଣୀ ମନ୍ଦିରରୁ ମଶାଲକୁ ପୂଜାର୍ଚ୍ଚନା କରିବା ପରେ ମଶାଲରେ ଅଗ୍ନୀ ସଂଯୋଗ କରିବା ପରେ ମନ୍ଦିର ପରିସରରୁ ଏକ ମଶାଲ ସଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଶିକ୍ଷା କେନ୍ଦ୍ରକୁ ପହଁଞ୍ଚି ଖେଳ ପଡିଆରେ ମଶାଲ ସ୍ଥାପନ କରିଥିଲେ। ପରେ ମୁଖ୍ୟ ଅତିଥିଭାବେ ଅନୁଷ୍ଠାନର ସଭାପତି କେଶବ ସାହୁକାର ଉପସ୍ଥିତ ରହି ଶୁଭାରମ୍ଭ କରିବା ସହ କ୍ରୀଡା ପତକା ଉତ୍ତଳୋନ କରି କ୍ରୀଡା ଉତ୍ସବକୁ ଉଦଘାଟନ କରିବା ସହ ସମସ୍ତ ଛାତ୍ରଛାତ୍ରୀ ମାନେ ବନ୍ଧୁତ୍ୱ୍ୱପୂର୍ଣ ଭାବେ ଖେଳିବା ସହ ଭାଇଚାରା ରଖିବା ଓ କୌଣସି ଆକ୍ରୋଶମୂଳକ ମନୋଭାବ ନରଖି ଖେଳିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଜୀବନରେ ପାଠ ପଡିବା ନିହାତି ଜରୁରୀ ରହିଥିବା ବେଳେ ଖେଳ ଖେଳିବା ମଧ୍ୟ ନିହାତି ଆବଶ୍ୟକ ଏବଂ ପାଠ ଦ୍ୱାରା ମନ ଓ ମସ୍ତିଷ୍କ ମଜଭୁତ ରହିବ ଓ ଖେଳିବା ଦ୍ୱାରା ମାନସିକ ଓ ଶାରୀରିକ ମଜଭୁତ ରହିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦୌଡ଼,ଲମ୍ବାଡିଆଁ, ସର୍ଟଫୁଟ,ଡିସ୍କୋସ ଥ୍ରୋ, ମ୍ୟୁଜିକ ଚେୟାର ଆଦି ଖେଳ ସହ ବିଭିନ୍ନ ଖେଳକୁଦ ଅନୁଷ୍ଠିତ ହୋଇଥିଲା। ଉକ୍ତ କ୍ରୀଡା ଉତ୍ସବଟି ଦୁଇ ଦିନ ଧରି ଚାଲିବା ସହ ବିଭିନ୍ନ କ୍ରୀଡାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଶେଷ ଦିନରେ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯିବ ବୋଲି ଶିକ୍ଷା କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ମାତୃପ୍ରସାଦ ଦାସ ସୂଚନା ଦେଇଛନ୍ତି । ଉକ୍ତ କ୍ରୀଡା ଉତ୍ସବକୁ ଶିକ୍ଷା କେନ୍ଦ୍ରର ଗୁରୁମା ରାଜେଶ୍ୱରୀ ବେହେରା, ସଂଯୁକ୍ତା ମହାରଣା,ସଂନ୍ତୋଷୀ ଗୌଡ଼,ସଂଯୁକ୍ତାବାଳା ରଥ,ଗୁରୁଜୀ ଅମରେନ୍ଦ୍ର ସ୍ୱାଇଁ ପ୍ରମୁଖଙ୍କ ସମେତ ଅନ୍ୟ ଗୁରୁମା ଗୁରୁଜୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ,
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ