ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ପଞ୍ଚମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଘାଟିତ
ଖଲ୍ଲିକୋଟ (ଓ୍ବାଇଏନଏସ) ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ପଞ୍ଚମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାକୁ ବିଧିବଦ୍ଧ ଭାବେ ଭାବରେ ଉଦଘାଟନ କରିଥିଲେ କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ l ମୁଖ୍ୟଅତିଥି ଭାବେ ସ୍ନାତକୋତ୍ତର ପରିଷଦ ସମୂହ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ ଉପସ୍ଥିତ ରହି ମଶାଲ ଶୋଭାଯାତ୍ରା ସହ କ୍ରୀଡ଼ା ପତାକା ଉତ୍ତୋଳନ ସହ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ l ଏହା ସହ କ୍ରୀଡ଼ାଉତ୍ସବ ଅୟମାରମ୍ଭ ଘୋଷଣା କରିଥିଲେ l ଏହି କ୍ରୀଡ଼ା ପ୍ରତିଯୋଗିତା ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦର ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ରଙ୍କ ନିର୍ଦ୍ଦେଶନା ତଥା କ୍ରୀଡ଼ା ପ୍ରଶିକ୍ଷକ ଶ୍ରୀ ଅନିଲ କୁମାର ପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା l କ୍ରୀଡ଼ା ପ୍ରତିଯୋଗିତା ଅବସରରେ ଛାତ୍ର କଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ, ଡ. ଯତୀନ କୁମାର ବିଷୋୟୀ, ଡ. ସୁଶୀଲ କୁମାର ରାଠୋର, ଡ. ପ୍ରଣତି ରଥ, ଡ. ଅନ୍ନପୂର୍ଣ୍ଣା ସାହୁ,ଡ. ସସ୍ମିତା ବେହୁରା, ଡ. ଦୀପିକା ସେଠି, ଡ. ରଶ୍ମିତା ପାଢ଼ୀ, ଡ. ବିଭୂତି ପ୍ରସାଦ ବାରିକ, ଡ. ସମ୍ବିତ ରଞ୍ଜନ ମିଶ୍ର, ଡ. ସୁସ୍ମିତା ପଟ୍ଟନାୟକ ପ୍ରମୁଖଙ୍କ ସମେତ ସମସ୍ତ ବିଭାଗର ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ଉପସ୍ଥିତ ରହି କ୍ରୀଡ଼ା ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ l ଏହି ଉଦଘାଟନୀ ଉତ୍ସବକୁ ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀ ସଂଯୋଜନା କରିବା ସହ କ୍ରୀଡ଼ା ପ୍ରତିଯୋଗିତାର ଧାରାବିବରଣୀ ପ୍ରଦାନ କରିଥିଲେ l ପ୍ରତିଯୋଗିତା ଆୟୋଜନରେ କର୍ମଚାରୀ ସଦାଶିବ ରାଓ, ନିମନ୍ତ୍ରିତ କ୍ରୀଡ଼ା ପ୍ରଶିକ୍ଷକ ସୂର୍ଯ୍ୟା, ଅଜୟ ପ୍ରମୁଖଙ୍କ ସମେତ ସମର ଶିକ୍ଷାର୍ଥୀ ବାହିନୀର ସମର ଶିକ୍ଷାର୍ଥୀ ମାନେ ବିଶେଷ ସହଯୋଗ କରିଥିଲେ l


