ଭୁବନେଶ୍ବର ବାର୍ ଆସୋସିଏସନ୍ ତରଫରୁ ବାଇଡଙ୍କ ବାବାଙ୍କୁ ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ): ଭୁବନେଶ୍ବର ବାର୍ ଆସୋସିଏସନ୍‌ର ଲିଟେରାରୀ କ୍ଲବ୍ ଦ୍ବାରା ଅନୁଷ୍ଠିତ ସପ୍ତମ ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ‘କାକର” ଭୁବନେଶ୍ବରର ବିଜେବି ନଗର ସ୍ଥିତ ଜୁଡିସିଆଲ୍ କୋର୍ଟ କମ୍ପ୍ଲେକ୍ସ୍ ପରିସରରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ପଚାଶରୁ ଉର୍ଦ୍ଧ୍ବ ଓକିଲ ସେମାନଙ୍କର ସ୍ବରଚିତ କବିତାମାନ ପାଠ କରିଥିଲେ । ଓଡ଼ିଶାର ବହୁ ଚର୍ଚ୍ଚିତ ଆକାଶବାଣୀ, ଦୂରଦର୍ଶନ,ମଞ୍ଚ ଓ ସାମାଜିକ ଗଣମାଧ୍ଯମର ବ୍ୟଙ୍ଗକାର ଅଧ୍ୟାପକ ବାଇଡଙ୍କ ବାବା ହାସ୍ୟ ପରିବେଷଣ କରିଥିବାବେଳେ ଓକିଲ ସଂଘର ସଭାପତି ଅଶୋକ ପାତ୍ର,ସଂପାଦକ ସତ୍ୟରଞ୍ଜନ ସେନାପତି ଓ କାକରର ସଂପାଦକ ଗୋବିନ୍ଦ ପଟ୍ଟନାୟକ ଏବଂ ଡଃ ସ୍ମିତା କାନୁନଗୋ ବାଇଡଙ୍କ ବାବାଙ୍କୁ ମାନପତ୍ର, ଉପଢୌକନ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଷିତ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୂ ଭାବରେ ମୁଖ୍ୟ ବକ୍ତା ଭାବରେ ଡଃ ତାନଶ୍ରୀ ପାଣିଗ୍ରାହୀ ଯୋଗ ଦେଇଥ‌ିବା ବେଳେ ପ୍ରାୟ ହଜାରରୁ ଉର୍ଦ୍ଧ୍ବ ଓକିଲ ଉପସ୍ଥିତ ରହି ଅତି ଶୃଙ୍ଖଳାର ସହ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ