ଆଜାଦ୍ କପ୍ ଟୁର୍ଣ୍ଣାମେଣ୍ଟ: କୁଣ୍ଡୁଳାକୁ ହରାଇ ପଙ୍ଗୀରା ୧୧ ବିଜୟୀ

ବନ୍ତ(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ତାରିଣୀ ଛକ ଠାରେର ଆଜାଦ୍ କପ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ୍‌ରେ କୁଣ୍ଡୁଳାକୁ ହରାଇ ପଙ୍ଗୀରା ୧୧ ବିଜୟୀ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍‌ରେ କୁଣ୍ଡୁଳା ଟିମ୍ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୮ ଓଭରରେ ୬ ଉଇକେଟ ହରାଇ ୭୯ ରନ୍ କରିଥିଲା । ଜବାବରେ ପଙ୍ଗୀରା ୧୧ ବ୍ୟାଟିଂ ଆରମ୍ଭ କରି ୭.୩ ଓଭରରେ ୮୦ ରନ୍ କରି ବିଜୟୀ ହୋଇଥିଲା । ଅମ୍ପାୟର ଭାବେ ଶିବ ପ୍ରସାଦ ସେଠୀ, ଜିତୁ ବରାଳ, କାହ୍ନୁ ପ୍ରଧାନ, ଅକ୍ଷୟ ପଣ୍ଡା, ଭାଷ୍ୟକାର ଭାବେ ଉଦୟ ପ୍ରଧାନ, ସ୍କୋରର ଭାବେ ସୁନୀଲ ମହାପାତ୍ର ଦାୟୀତ୍ୱ ତୁଲାଇଥିଲେ । ପୁରସ୍କାର ବିତରଣୀ ସଭାରେ କ୍ଲବର ସମ୍ପାଦକ ପ୍ରତାପ ରାଉତ ସଭାପତିତ୍ୱ କରିଥିଲେ । ଏଥିରେ ସମାଜସେବୀ ମଦନ ମୋହନ ମହାନ୍ତି, ଭୀମସେନ ସାମଲ, ବିଜୟ କୁମାର ପ୍ରଧାନ, ମନୋଜ ପଣ୍ଡା, କ୍ଲବର ସଭାପତି ସମୀର ଘଡେଇ ଅତିଥି ଭାବେ ଯୋଗ ଦେଇଥିଲେ । ପଙ୍ଗୀରା ୧୧ର ଖେଳାଳୀ ଶୁଭଙ୍କର ଜେନାଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଏବଂ କୁଣ୍ଡୁଳାର ଖେଳାଳୀ ଦୀଲିପ କୁମାର ସାହୁଙ୍କୁ ମ୍ୟାନ୍ ଅଫ ଦି ସିରିଜ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିପରି ଅତିଥି ମାନଙ୍କ ଦ୍ୱାରା ଚମ୍ପିୟନ ଟ୍ରଫି ଓ ରନର୍ସ ଅଫ ଟ୍ରଫି ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ପ୍ରଶାନ୍ତ ଘଡେଇ, ରାହୁଲ ପଲେଇ, ହରେକୃଷ୍ଣ ନାୟକ, ଟୁଟୁ ବିଶ୍ୱାଳ, ଜୁଲୁ ଘଡେଇ, ଦିପୁନ ସେଠୀ, ମନୋଜ ଘଡେଇ, ଦିପୁ ପଲେଇ, ଶ୍ରୀକାନ୍ତ ପ୍ରଧାନ, ସୌମ୍ୟ ରଞ୍ଜନ ପ୍ରଧାନଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ