ଭେଟେରାନ କ୍ରିକେଟ, ଫାଇନାଲରେ ଇଷ୍ଟ ଓ ସାଉଥ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ସୋସୋ କାନପୁର ପଡିଆରେ ଆରସିଭିଏ ଦ୍ୱାରା ଭେଟେରାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ୩୫ବର୍ଷରୁ ଉର୍ଦ୍ଧ ପୁରାତନ କ୍ରିକେଟ ଖେଳାଳୀମାନେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ମନମୋହନ ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ନର୍ଥ, ସାଉଥ, ଇଷ୍ଟ ଓ ୱେଷ୍ଟ ନାମରେ ୪ଗୋଟି ଦଳ ଭାଗ ନେଇଥିଲେ । ଉଦଘାଟନି ମ୍ୟାଚ ଇଷ୍ଟ କ୍ଲବ ଓ ୱେଷ୍ଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂକରି ଇଷ୍ଟକ୍ଲବ ନିର୍ଦ୍ଧାରିତ ୨୦ ଓଭରରେ ୧୯୫ରନ କରିଥିବାବେଳେ ତାର ଜବାବରେ ୱେଷ୍ଟ କ୍ଲବ ମାତ୍ର ୧୬୭ରନ କରିବାକୁ ସମର୍ଥ ହୋଇଥିଲା । ସେହିପରି ପରବର୍ତ୍ତି ମ୍ୟାଚରେ ନର୍ଥ କ୍ଲବ ନିର୍ଦ୍ଧାରିତ ୨୦ଓଭରରେ ୭ଉଇକେଟ ହରାଇ ମାତ୍ର ୯୫ରନ କରିôତବାବେଳେ ସାଉଥ କ୍ଲବ ମାତ୍ର ୧୦ଓଭରରେ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଶାନ୍ତନୁ କୁମାର ରାଉତ ଓ ବିଜୟ କୁମାର ଜେନା ଖେଳ ପରିଚାଳନା କରିଥିଲେ । ଆସନ୍ତା କାଲି ଏହାର ଫାଇନା ମ୍ୟାଚ ଅନୁଷ୍ଠିତ ହେବ । ଉଦଘାଟନ ଉତ୍ସବରେ ମୁକ୍ୟ ଅତିଥିଭାବେ ଇଂ କ୍ଷୀରୋଦ ସାହୁ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଏହି ଟୁର୍ଣ୍ଣାମେଣ୍ଟର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷକରି ପୁରାତନ କ୍ରିକେଟ ଖେଳାଳୀମାନେ ସେମାନଙ୍କ ଶାରୀରିକ ସୁସସ୍ଥା ବଜାୟ ରଖିବାପାଇଁ ଖେଳର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ଏବେକାର ଯୁବପୀଢ଼ି ମାନେ ଟେନିସ ବଲରେ କ୍ରିକେଟ ଖେଳି ଓ ମୋବାଇଲ ଦେଖି ଦେଖି ସେମାନଙ୍କ ଭବିଷ୍ୟତ ନଷ୍ଟ କରୁଥିବାରୁ ସେମାନଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଏକ ଆହ୍ୱାନ ହେବ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି । ଭୁବନାନନ୍ଦ ପଟ୍ଟନାୟକ, ନାରାୟଣ ବିଶ୍ୱାଳ, ଆନନ୍ଦ ରାଉତ, ରବିନ୍ଦ୍ର କୁମାର ବିଶ୍ୱାଳ, ଶଙ୍ଖାଳି ରାଉତ, ବ୍ରଜ ଭୋଇଙ୍କ ସାମତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବାବେଳେ ସୋସୋ, କାନପୁର, ମରଚାଇପଦା, ବାଲିବରେଇ, ବିଦ୍ୟାଧରପୁର, ବାଙ୍ଗୋର, ପଢ଼ିଆରିପଲ୍ଲୀ, ନିଉଦାନି ପ୍ରଭୃତି ଗ୍ରାମର ଯୁବକମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ