କଲ୍ୟାଣ ମଣ୍ଡପ ଉଦଘାଟନ ଉତ୍ସବରେ ବିଧାୟକଙ୍କ ଯୋଗଦାନ: ୪୪୧ ହିତାଧିକାରୀଙ୍କୁ କଲେ ପଟ୍ଟା ବଣ୍ଟନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ମଠ ସାହି ରେ ୫୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନବନିର୍ମିତ ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ ଉଦଘାଟନ ଉତ୍ସବ ରେ ମଙ୍ଗଳବାର ଦିଗପହଣ୍ଡି  ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।  ବିଧାୟକ ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ବିରାଟ ଶୋଭାଯାତ୍ରାରେ ଜଗନ୍ନାଥ କଲ୍ୟାଣ ମଣ୍ଡପ ନିକଟକୁ ନିଆଯାଇଥିଲା। ବିଧାୟକ ଙ୍କ ଉପସ୍ଥିତିରେ ସରପଞ୍ଚ ଗୌରୀ ବିଷୋୟୀ କଲ୍ୟାଣ ମଣ୍ଡପ କୁ ଉଦଘାଟନ କରି ଗ୍ରାମବାସୀ ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ପରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ  ପଞ୍ଚାୟତ ସ୍ତରୀୟ ପଟ୍ଟା ବଣ୍ଟନ ଏବଂ ରାସନ୍ କାର୍ଡ ବିତରଣ ମେଳାରେ ବିଧାୟକ ଯୋଗଦେଇ ୪୦୯ ହିତାଧିକାରୀଙ୍କୁ ଦ୍ଵିତୀୟ ଖାନା ସଂଶୋଧନ ପଟ୍ଟା ଓ ୩୨ ହିତାଧିକାରୀ ଙ୍କୁ ଗ୍ରାମକଣ୍ଠ ପରମ୍ୱୋକ ପଟ୍ଟା ସମେତ ବ୍ଲକ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ଯୋଗ୍ୟ ହିତାଧିକାରୀ ଙ୍କୁ  ରାସନ୍ କାର୍ଡ ବଣ୍ଟନ କରିଥିଲେ । ସରପଞ୍ଚ ଙ୍କ ସମେତ ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ସେଠୀ , ନାଏବ ସରପଞ୍ଚ ସରିତା ପ୍ରଧାନ , ସେବା ସମବାୟ ସମିତି ସଭାପତି ଶିବରାମ ପ୍ରଧାନ, ଜିଲା ପରିଷଦ ସଦସ୍ୟା ଙ୍କ ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ , କରପଡା ପଞ୍ଚାୟତ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ବାସୁଦେବପୁର ସରପଞ୍ଚ ପ୍ରତିନିଧି ଏମ୍. ସନ୍ତୋଷ କୁମାର,ଡମ୍ବରୁ ପ୍ରଧାନ, ସିମାଞ୍ଚଳ ମାଦଳା,ରବୀନ୍ଦ୍ର ବିଷୋୟୀ,ପ୍ରଫୁଲ୍ଲ ବିଷୋୟୀ,ଲକ୍ଷ୍ମୀ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଭାରପ୍ରାପ୍ତ ରାଜସ୍ବ ନୀରିକ୍ଷକ ମନୋଜ ବେହେରା ଙ୍କ ସମେତ ତହସିଲ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।ପରେ ଫାସିଗୁଡା ଗ୍ରାମ ନୋଡାଲ ହାଇସ୍କୁଲ ବାର୍ଷିକୋତ୍ସବ ରେ ବିଧାୟକ  ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ର ଙ୍କ ଅନ୍ତର୍ନିହିତ ପ୍ରତିଭା କୁ ଚିହ୍ନି ସେମାନଙ୍କୁ ପ୍ରୋତ୍ସାହିତ କରିବା ସକାଶେ ଉପସ୍ଥିତ ଶିକ୍ଷୟତ୍ରୀ ଶିକ୍ଷକ ଏବଂ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀ ଛାତ୍ରମାନଙ୍କୁ ପୁରସ୍କାର ବିତରଣ କରାଯିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ