ବାଙ୍କେଶ୍ଵରୀ ବିଦ୍ୟାପୀଠ ୨୦୦୬ ମାଟ୍ରିକ ବ୍ଯାଚ ର ବନ୍ଧୁମିଳନ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡଡୁମ୍ବୁଳା ଗ୍ରାମ ସ୍ଥିତ ଶ୍ରୀ ବାଙ୍କେଶ୍ୱରୀ ବିଦ୍ୟାପୀଠର ୨୦୦୬ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରୀ ଛାତ୍ର ମାନଙ୍କ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜକର ଗ୍ରାମ ନିକଟସ୍ଥ ମା ‘ ରତ୍ନେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଦଣ୍ଡିଆ ସେଠୀ, ଅନନ୍ତ ନାରାୟଣ ମହାନ୍ତି, ସିମାଞ୍ଚଳ ସାହୁ, ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଧର ଦାସ, ମୁରଲୀଧର ସ୍ୱାଇଁ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ,ରବିନ୍ଦ୍ର ସାହୁ, ସୁଦାମ ପାତ୍ର, ବିଜୟ ଦଳାଇ, କାନକା ରେଡ୍ଡୀ, ଚୁମକି ସାବତ, ସୁନେଲି ଜାନୀ, ସନ୍ତୋଷ ଗୌଡ଼, ବାଳକୃଷ୍ଣ ସାହୁ, ଚନ୍ଦ୍ରମୋହନ ଦଳାଇ, ପ୍ରଶାନ୍ତ ପଲାଇ, ଦେବେନ୍ଦ୍ର ସେଠୀ ସମେତ ବହୁ ସଂଖ୍ୟକ ପୁରାତନ ଛାତ୍ରୀ ଛାତ୍ର ସପରିବାର ସହ ଯୋଗ ଦେଇ ପରସ୍ପର ମଧ୍ୟରେ ପାଠ ପଢାବେଳର ସ୍ମୃତି ବାଣ୍ଟିଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ଟୁନା ପଣ୍ଡା ଏବଂ ସୁନୀଲ ପାତ୍ର ପରିଚାଳନା କରିଥିଲେ ।ଶେଷରେ ଶଙ୍କର ଦଳାଇ ଧନ୍ୟବାଦ ଅର୍ପଣ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


