ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ ନିରଞ୍ଜନ

ଦିଗପହଣ୍ଡି(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିବା ଜଣାପଡିଛି । ରାଜ୍ୟ ସରପଞ୍ଚ ମହାସଂଘ ପକ୍ଷରୁ କନ୍ଧମାଳ ଜିଲା ଦାରିଙ୍ଗିବାଡି ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ  ଏକ କାର୍ଯ୍ୟକାରିଣୀ ବୈଠକ  ଅନୁଷ୍ଠିତ ହୋଇଥିଲା । ରାଜ୍ଯ ସଭାପତି ରୋମାଞ୍ଚ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଂଘ ର ଉପସଭାପତି ତଥା ଗଞ୍ଜାମ ଜିଲା ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୈାଡ , କାର୍ଯ୍ୟକାରୀ ସଭାପତି ବୀରବର ସାହୁ , ସାଧାରଣ ସମ୍ପାଦକ ତପନ କୁମାର ଚକ୍ରବର୍ତ୍ତୀ ଙ୍କ ସମେତ ବିଭିନ୍ନ ଜିଲା ସରପଞ୍ଚ ସଂଘ ସଭାପତି ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ଯୋଗ ଦେଇଥିଲେ । ଏହି ଅବସରରେ ଦିଗପହଣ୍ଡି ବ୍ଲକ ୨୮ ନଂ ଜିଲା ପରିଷଦ ସଦସ୍ୟା ଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ନିର୍ବାହ କରି ପଞ୍ଚାୟତ ରାଜନୀତିରେ ସଫଳତା ହାସଲ କରିଥିବା ନିରଞ୍ଜନ ଙ୍କୁ ସର୍ବସମ୍ମତି କ୍ରମେ ରାଜ୍ୟମହାସଂଘ ର ଉପଦେଷ୍ଟା ଭାବେ ମନୋନୀତ କରାଯିବା ପରେ ତାଙ୍କୁ ଅଙ୍ଗବସ୍ତ୍ର , ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସରପଞ୍ଚ ମହାସଂଘ ରାଜ୍ଯ ସଭାପତି  ଏବଂ ଉପସଭାପତି ତଥା କର୍ମକର୍ତ୍ତା ବୃନ୍ଦ ସଙ୍ଗଠନ କୁ ଅଧିକା କ୍ରିୟାଶୀଳ କରିବା ଦିଗରେ ନବନିଯୁକ୍ତ ଉପଦେଷ୍ଟା କାର୍ଯ୍ୟ କରିବା ଦିଗରେ ସହାୟକ ହେବେ ବୋଲି ମତପୋଷଣ କରିଥିଲେ। ବୈଠକ ଶେଷରେ ମହାସଂଘ ର ମନୋନୀତ ଉପଦେଷ୍ଟା ନିରଞ୍ଜନ ସମସ୍ତ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ