ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ ଶ୍ରୀ ନିଗମାନନ୍ଦଙ୍କ ଭକ୍ତ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା): ଆସନ୍ତା ୨୪ତାରିଖରୁ ୨୬ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ବାଲେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି ସ୍ୱାମୀ ଶ୍ରୀ ନିଗମାନନ୍ଦଙ୍କ ଭକ୍ତ ସମ୍ମିଳନୀ। ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସହର ଉପକଣ୍ଠ କୁରୁଡା ହାଟପଡ଼ିଆଠାରେ ଏହି ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ବିଶେଷକରି ଏକ ଶୋଭାଯାତ୍ରା ସହ ସାଧାରଣ ଧର୍ମ ସଭା, ମହିଳା ସଭା, ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ଚକ୍ଷୁ ପରୀକ୍ଷା, ବୃକ୍ଷରୋପଣ, ଦରିଦ୍ର ନାରାୟଣ ସେବା, ଅଖଣ୍ଡ ନାମଯଜ୍ଞ ଓ ବିଶ୍ୱଶାନ୍ତି ମହାଯଜ୍ଞ ଆଦି ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଉତ୍ସବରେ ଆସାମ ବଙ୍ଗୀୟ ସାରସ୍ୱତ ମଠର ମହନ୍ତ ଶ୍ରୀମଦ ସ୍ୱାମୀ ଡ. ବ୍ରଜେଶନନ୍ଦ ସରସ୍ୱତୀ ମହାରାଜଙ୍କ ସମେତ ଅନେକ ସନ୍ୟାସୀ,ବ୍ରହ୍ମଚାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଜୟ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅରୁଣ କୁମାର ଚାଟାର୍ଜୀ, ଅମୀୟ ରଞ୍ଜନ ଦାସ, ମାନସ ରଞ୍ଜନ ଦାସ, ହରିଶ୍ଚନ୍ଦ୍ର ପାତ୍ର, ଗୋବିନ୍ଦ ଚନ୍ଦ୍ର ଓଝା, ଶ୍ରୀ ଭକ୍ତି ସାଧନ, ଶିରିଶ ଚନ୍ଦ୍ର ଦାସ, ଶତୃଘ୍ନ ମଲ୍ଲିକ, ସତ୍ୟନାରାୟଣ ଘରାଇ, ଆଶାଲତା ବାଡି, ରଞ୍ଜନ କୁମାର ନାୟକ ଓ ରଶ୍ମିତା ସେନାପତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତଙ୍କୁ ନିବେଦନ କରାଯାଇଛି। ଶେଷରେ ଭାଗବତ ବରାଳ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ