ମା”ବାସନ୍ତୀ ଦୁର୍ଗା ମନ୍ଦିର ଓ ଜମି ବିବାଦକୁ ନେଇ ଦୁଇଟା ସାମ୍ବାଦିକ ସମ୍ମିଳନୀ
ଧାମନଗର (ଓ୍ବାଇଏନଏସ): ଧାମନଗର ଏନ ଏ ସି ଅଧିନ ଶ୍ୟାମପୁର ସ୍ଥିତ ମା”ବାସନ୍ତୀଦୁର୍ଗା ମନ୍ଦିର ପୂଜା କମିଟି ଓ ଟ୍ରଷ୍ଟ ଏବଂ ଜମିର ମାରଫାତଦାର ଦୁଇପକ୍ଷଙ୍କ ମଧ୍ୟରେ ଜମିଜମା ବିବାଦ ସହ ମାର୍କେଟ କମ୍ପ୍ଲେକ୍ସ ପରିଚାଳନାକୁ ନେଇ ମାମଲା ଏବେ କୋର୍ଟରେ। ପ୍ରଥମ ପକକ୍ଷ ଗତ ବୁଧବାର ସାମ୍ବାଦିକ ସମ୍ମିଳନୀ କରିବାପରେ ଦିତୀୟ ପକକ୍ଷ ସାମ୍ବାଦିକ ସମ୍ମିଳନୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା। ସୋମବାର ମା”ବାସନ୍ତୀ ଦୁର୍ଗା ମନ୍ଦିର ପଡିଆ ପରିସରରେ ଟ୍ରଷ୍ଟ ସମ୍ପାଦକ ନାରାୟଣ ଚନ୍ଦ୍ର ମହାପାତ୍ରଙ୍କ ଆହ୍ୱାନ କ୍ରମେ ମା”ବାସନ୍ତୀ ଦୁର୍ଗା ପୂଜା କମିଟି ପକ୍ଷରୁ ଜମି ବିବାଦ ଓ କମ୍ପ୍ଲେକ୍ସ ପରିଚାଳନାକୁ ନେଇ ମିଥ୍ୟା ପ୍ରଚାର ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ପରିଷଦର ସଦସ୍ୟ ଭାସ୍କର ଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର,ସାଂସଦ ନଗର ପ୍ରତିନିଧି ସରୋଜ ମହାପାତ୍ର,ବରିଷ୍ଠ ନାଗରିକ ପରିଷଦର ସଭାପତି ଅନିଲ କୁମାର ବାରିକ, ଆଇନଜୀବୀ ଅଜିତ ଦାସ,ସମାଜସେବୀ ରାମଚନ୍ଦ୍ର ଜେନା,ପ୍ରଭାକର ସ୍ୱାଇଁ,ନାରାୟଣ ଚନ୍ଦ୍ର ରାଉତ,ରମେଶ ମହାପାତ୍ର,ପର୍ଶୁରାମ ମହାପାତ୍ରଙ୍କ ଧାମନଗର ଅଞ୍ଚଳର ବହୁ ସମାଜସେବୀ,ବୁଦ୍ଧିଜୀବୀ ଓ ଓ ଯୁବକ ପ୍ରମୁଖ ଯୋଗ ଟ୍ରଷ୍ଟ ପକ୍ଷରୁ ସୂଚନା ଅନୁଯାୟୀ,ମା’ ବାସନ୍ତୀ ଦୁର୍ଗାଙ୍କ ନାମରେ ଥିବା ଜମି ଓ ମାର୍କେଟ କମ୍ପ୍ଲେକ୍ସ ଦୀର୍ଘଦିନ ଧରି ଅବହେଳା ଅବସ୍ଥାରେ ଥିଲା। ମନ୍ଦିରର ପୁନରୁଦ୍ଧାର,ସମ୍ପତ୍ତିର ସୁପରି ଚାଳନା ଓ ଉନ୍ନତି କରିବା ପାଇଁ ଏକ ରେଜିଷ୍ଟ୍ରେଡ଼ କମିଟି ଗଠନର ଆବଶ୍ୟକତା ପଡ଼ିବାରୁ ମା’ ବାସନ୍ତି ଦୁର୍ଗା ନାମରେ ଏକ ଟ୍ରଷ୍ଟ ୨୦୨୪ ମସିହାରେ ରେଜିଷ୍ଟେସନ କରାଯାଇଛି। ଧାମନଗର ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ମନ୍ଦିରର ଉନ୍ନତି ଓ ସୁନ୍ଦର୍ଯ୍ୟକରଣ ପାଇଁ ବ୍ୟାପକ ଅର୍ଥ ମଞ୍ଜୁର ହୋଇଛି।ବର୍ତମାନ କମିଟିର ନିଷ୍ପତି ଓ ରିଜୁଲେସନ ଅନୁସାରେ ସମସ୍ତ କାର୍ଯ୍ୟ କରାଯାଉଛି ଅପରପକ୍ଷର ଦାବି ଭିତ୍ତିହୀନ କହିବା ସହିତ ମାରଫାତଦାର ମାନେ ସମ୍ପତି ଲୋଭ ଓ ନିଜ ସ୍ୱାର୍ଥ ପାଇଁ କୋର୍ଟରେ କେସ କରି ଲୋକମାନଙ୍କୁ ଭ୍ରମିତ କରିବା ସହ ମନ୍ଦିରର ଉନ୍ନତି କାର୍ଯ୍ୟକୁ ଜାଣିଶୁଣି ବିରୋଧ କରୁଛନ୍ତି ବୋଲି ଟ୍ରଷ୍ଟର ସଭାପତି କୈଳାସ ଚନ୍ଦ୍ର ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଯଦି ମାର୍ଫତଦାରମାନେ ବାସନ୍ତୀ ଦୁର୍ଗା ମନ୍ଦିରର ଉନ୍ନତି ଓ ସୁରକ୍ଷା ଚାହୁଁଛନ୍ତି ତେଵେ ଅଯଥା ବିଭ୍ରାନ୍ତ ସୣଷ୍ଟି ନକରି ସେମାନେ ପୂଜା କମିଟି ସହ ଆପୋଷ ସମାଧାନ ପାଇଁ ଆଗେଇ ଆସି ଆଲୋଚନା କରନ୍ତୁ ବୋଲି ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତାମାନେ ସାମ୍ବାଦିକ ସମ୍ମିଳନୀରେ ଖୁଲମ ଖୁଲା ସୂଚନା ଦେଇଛନ୍ତି। ଶେଷରେ କୃଷ୍ଣଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଅପରପକ୍ଷର ସୂଚନା ଅନୁଯାୟୀ ଉକ୍ତ ଜମି ବିବାଦ ଲାଗି ଧାମନଗର କୋର୍ଟ ପରେ ଭଦ୍ରକ ଦୌରାଜଜଙ୍କ ଅଦାଲତରେ ମିସ୍ କେସ ନଂ ୧୧୫/୨୬ ଏବଂ ଆଇ,ଏ- ୭୧/୨୬ ମୂଳେ ବିଚାରଧିନ ଅଛି। ଆମର କାଗଜପତ୍ର ଦେଖି ଦୌରାଜଜ ଶୁଣାଣି କରି ମା”ବାସନ୍ତୀ ଦେବୀ ଠାକୁରାଣୀ ବିଜେ ଧାମନଗର ଙ୍କର ଖାତା ୯୨୮ ଏବଂ ୯୮୪ ରେ ଥିବା ୭ ଗୋଟି ପ୍ଲଟ ଉପରେ ଗତ ୨୫/୦୯/୨୬ ତାରିଖରେ ମାନ୍ୟବର କୋର୍ଟ ନିଷେଧାଦେଶ ଜାରି କରିଛନ୍ତି। ଗତ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଶୈଳନ୍ଦ୍ର ମହାପାତ୍ର,ଲଲକ୍ଷ୍ମୀ କାନ୍ତ ମହାପାତ୍ର,ପ୍ରକାଶ ଚନ୍ଦ୍ର ମହାପାତ୍ର,କୃଷ୍ଣ ଚନ୍ଦ୍ର ମହାପାତ୍ର,ଧର୍ମେନ୍ଦ୍ର ଦାସ,ବୁଲୁ ଜେନା ପ୍ରମୁଖ ଯୋଗ ଦେଇ ସରକାରୀ ଦଳର ଗୁଣ୍ଡା ମାନେ କୋର୍ଟର ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ଘୋର ନିନ୍ଦା କରିବା ସହ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ତେବେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଏ ଲଢେ଼ଇ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଥିଲେ।


