ନାଉଗାଁ ବ୍ଳକରେ ପ୍ରଥମ ଧାନମଣ୍ଡି ଭାବେ ଗଜରାଜପୁର ଧାନମଣ୍ଡି ଉଦ୍‌ଘାଟିତ

ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଦେବୀଦୋଳସ୍ଥିତ ଗଜରାଜପୁର ସେବା ସମବାୟ ସମିତି ପକ୍ଷରୁ ବ୍ଳକର ପ୍ରଥମ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସେବା ସମବାୟ ସମିତି ସଭାପତି ବସନ୍ତ ପାଢୀ,ମଣ୍ଡି ତଦାରଖ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଶରତ କୁମାର ପରିଡା, ଡିଆରସିସି ପ୍ରଭାତ ଚନ୍ଦ୍ର ଶତପଥୀ,ଏସ୍‌ଆରସିସି ରାଖଲ ଚନ୍ଦ୍ର ସାସମଲ,ବ୍ଳକ ଯୋଗାଣ ନିରିକ୍ଷକ ପ୍ରଦୀପ୍ତ ନାୟକ, ମଣ୍ଡି ନୋଡାଲ ଅଧିକାରୀ ପ୍ରମୋଦ ବେହୁରା, ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସଂଯୋଜକ ଅଶୋକ ସ୍ୱାଇଁ,ଚାଷୀ ପଦ୍ମ ଚରଣ ରାଉତ,ପ୍ରଭାତ କୁମାର ସ୍ୱାଇଁ ,ଗଳଧାରୀ ସରପଂଚ ଦିଲ୍ଲିପ ନାୟକ, ନାଉଗାଁ ସେବା ସମବାୟ ସମିତି ସଭାପତି ଅନିଲ କୁମାର ଲେଙ୍କା, ଡେରିକି ସେବା ସମବାୟ ସମିତିର ସଂପାଦକ ପ୍ରକାଶ ଜେନା ଆଦି ଯୋଗ ଦେଇଥିଲେ। ଚଳିତ ଖରିଫ ରିତୁ ପାଇଁ ଏହି ସମବାୟ ସମିତିରେ ୮୬୭ଜଣ ଚାଷୀ ପଂଜୀକୃତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨ ହଜାର କୁଇଂଟାଲ ଧାନ ଗ୍ରହଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରଥମ ଦିନରେ ୮ଜଣ ଚାଷୀଙ୍କ ଠାରୁ ୨୧୩ କୁଇଂଟାଲ ଧାନ ସଂଗ୍ରହ କରାଯାଇଛି। ମିଲର ଭାବେ ଦେବୀ ଏଂଟରପ୍ରାଇଜସ୍ ଧାନ କ୍ରୟ କରିବାର ଦାୟିତ୍ୱ ପ୍ରଦାନ କରାଯାଇଥିବା ସମିତିର ସଂପାଦକ ମଙ୍ଗଳକାନ୍ତ ମହାନ୍ତି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ