ମା ରତ୍ନମାଳୀ ହାଇସ୍କୁଲରେ ଜାତୀୟ ବାଳିକା ଦିବସ ପାଳିତ
ଆସିକା (ୱାଇଏନ୍ଏସ୍): ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଞ୍ଚାୟତର ମଣ୍ଟାପଡା ଗ୍ରାମ ସ୍ଥିତ ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଆସିକା ଜାତୀୟ ବାଳିକା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । ମା ରତ୍ନମାଳୀ ହାଇସ୍କୁଲରେ ଅନୁଷ୍ଠିତ ଜାତୀୟ ବାଳିକା ଦିବସ ପାଳନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ତାରା ପ୍ରସାଦ ମିଶ୍ର, ସହକାରୀ ଶିକ୍ଷକ ବି.ଚନ୍ଦ୍ରଶେଖର ରେଡି, ରଶ୍ମିତା ମହାପାତ୍ର, ଗୋବିନ୍ଦ ପରିଡା, ପାଣ୍ଡବେଶ୍ୱର ଜେନା, ଶଶୀଭୂଷଣ ସାହୁ, ପାଣ୍ଡବ ଗୌଡ, ମହେଶ୍ୱର ଆପଟ ପ୍ରମୁଖ ଯୋଗଦେଇ ଏହି ଜାତୀୟ ବାଳିକା ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରି କନ୍ୟାଭୃଣ ହତ୍ୟାକୁ ବନ୍ଦ କରିବା, ବାଲ୍ୟବିବାହକୁ ରୋକିବା, କନ୍ୟାସନ୍ତାନର ସୁରକ୍ଷା, ଝିଅଙ୍କ ପାଇଁ ସୁସ୍ଥ ପରିବେଶ ସୃଷ୍ଟି, ବାଳିକାମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ଉପଯୁକ୍ତ ବାତାବରଣ ସୃଷ୍ଟି ଏବଂ ସେମାନଙ୍କ ସମ୍ମାନ ବଜାୟ ରଖିବା, ବାଳିକମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଦେବା ଏବଂ ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ଜନସଚେତନତା ସୃଷ୍ଟି କରିବା, କନ୍ୟାଶିଶୁଙ୍କୁ ଗୁରୁତ୍ୱ ଦେବା ଏବଂ ସେମାନଙ୍କ ଅଧିକାର ଉପରେ ସଶକ୍ତିକରଣ କରିବା ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ । ଜାତୀୟ ବାଳିକା ଦିବସ ପାଳନ ଅବସରରେ ମା ରତ୍ନମାଳୀ ହାଇସ୍କୁଲ ପକ୍ଷରୁ ଅନୁଷ୍ଠିତ ବାଲ୍ୟବିବାହକୁ ନା, ଉଜ୍ଜଳ ଭବିଷ୍ୟତ ଗଠନ ନିମନ୍ତେ ବାଳିକା ସଶକ୍ତିକରଣ, ବାଳିକା ମାନଙ୍କୁ ସୁରକ୍ଷା ଓ ନିରାପତ୍ତା ବିଷୟବସ୍ତୁ ଉପରେ ଶିକ୍ଷାନୁଷ୍ଠାନର ମେଧାବୀ ଛାତ୍ରୀ ଅର୍ଚ୍ଚିତା ପ୍ରଧାନ ଓ ମନିଷା ପାଣିଗ୍ରାହୀ ଏବଂ ଅର୍ଚ୍ଚିତା ବିଶ୍ୱଳ ପ୍ରମୁଖ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ମା ରତ୍ନମାଳୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି ଜାତୀୟ ବାଳିକା ଦିବସ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର କର୍ମଚାରୀ ମହନ୍ତର ସାହୁ, ବୁଲୁ ସେଠୀ, ଶନି ଜେନା ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ବିଦ୍ୟାର୍ଥୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


