କୁନ୍ତଳାକୁମାରୀ ଆର୍ଟ ସ୍କୁଲରେ ସରସ୍ୱତୀ ପୂଜା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସହରର ମହିପାଳ ସ୍ଥିତ କୁନ୍ତଳା କୁମାରୀ ଆର୍ଟ ସ୍କୁଲ ରେ ବିଦ୍ୟାଦାୟିନୀ ମା’ ସରସ୍ୱତୀଙ୍କ ପୂଜା ବୈଦିକମତେ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ପୂଜା ଉତ୍ସବ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀ ଓ ଅବିଭାବକମାନଙ୍କ ମିଳିତ ସହଯୋଗରେ ଖୁବ୍ ଭଲଭାବେ ଆୟୋଜିତ ହୋଇଥିଲା। ସ୍କୁଲର ପ୍ରଧାନ ଗୁରୁଜି ଅଶୋକ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପୂଜା ଉତ୍ସବରେ ଅନେକ କଳାପ୍ରେମୀ ଓ ସ୍ଥନୀୟ ଗୁଣିଜ୍ଞାନୀ ଲୋକ ଯୋଗଦେବା ସହିତ ଏପରି ସାଂସ୍କୃତିକ ଉତ୍ସବ ସମାଜରେ ଶାନ୍ତି ଓ ମୈତ୍ରିର ବାତାବରଣ ସୃଷ୍ଟି କରିବ ବୋଲି ମତ ପୋଶଣ କରିଥିଲେ। ଗୁରୁମା ଅନିତା ନାୟକ ଉତ୍ସବ ପରିଚାଳନା କରିବା ସହିତ ମା’ ସରସ୍ୱତୀ ବନ୍ଦନା ପରିବେଶଣ କରି ସମସ୍ତଙ୍କୁ ମନ୍ତ୍ରନୁଗ୍ଧ କରିଦେଇଥିଲେ। ଅବିଭାବକମାନଙ୍କ ମଧ୍ୟରେ ତପସ୍ୱିନୀ ଲେଙ୍କା, ଚିନ୍ମୟୀ ପଣ୍ଡା, ହରପ୍ରୀୟା ଦାସ, ଦିପ୍ତିସୁନ୍ଦର ମହାପାତ୍ର ଓ ସସ୍ମିତା ବେହେରା ଆଦି ଉପସ୍ଥିତଥିଲେ।


