ମୋ ଭୋଟ ମୋ ଅଧିକାର, ସେଲ୍ଫି ଉଠାଇଲେ ଜିଲ୍ଲାପାଳ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ଗଂଜାମ ଜିଲ୍ଲାରେ ୨ ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ କରି ଭୋଟ ଦେଉଥିବା କଲେଜ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଏନେଇ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଅନ୍ୟ ସ୍ଥାନ ମାନଙ୍କରେ ମୋ ଭୋଟ ମୋ ଅଧିକାର ନେଇ ସେଲଫି ଉଠାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ କଲେଜ ଛାତ୍ରଛାତ୍ରୀ ଯୋଗଦେଇ ସେଲଫି ଉଠାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର (ନିର୍ବାଚନ) ଡଃ. ବିଜୟାନନ୍ଦ ସେଠୀ, ଶିକ୍ଷାବିତ୍ ଚିନ୍ମୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ