ଛତ୍ରପୁରରେ ୩ଦିନିଆ ପ୍ରାଦେଶିକ ଖେଦକୁଦ ସମାରୋହ ଉଦଘାଟିତ
ଛତ୍ରପୁର, (ଓ୍ବାଇଏନଏସ): ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ଦ୍ୱାରା ଛତ୍ରପୁର ଷ୍ଟାଡିଅମ ଠାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟ ୩ଦିନିଆ ୩୭ତମ ପ୍ରାଦେଶିକ ଖେଦକୁଦ ସମାରୋହ ଶୁକ୍ରବାର ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହିତ କ୍ରୀଡା ପତାକା କୁ ଉତ୍ତୋଳନ କରିଥିଲେ l ଏହା ସହିତ ରାଜ୍ୟ ସ୍ତରୀୟ କ୍ରୀଡାକୁ ଆୟୋଜିତ କରିଥିବା ସମସ୍ତ କାର୍ଯ୍ୟକର୍ତାଙ୍କୁ ବିଧାୟକ ଶ୍ରୀ ନାୟକ ଧନ୍ୟବାଦ ପ୍ରଦାନ କରିଥିବା ସହ ସମସ୍ତ ଖେଳାଳୀ ,ପରିଚାଳକ, ନିର୍ଣ୍ଣା ୟକ, ଗୁରୁଜୀ, ଗୁରୁମାଙ୍କୁ ଶୁଭେଛା ଜଣାଇଥିଲେ । ଆୟୋଜିତ ଉଦ୍ଘାଟନୀ ସଭାରେ ଦକ୍ଷିଣ-ପୂର୍ବ ସମ୍ଭାଗର ସଭାପତି ତାରା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଦକ୍ଷିଣ-ପୂର୍ବ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ସମ୍ମାନୀତ ଅତିଥି ରୂପେ ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ସର୍ମିଷ୍ଠା ପ୍ରଧାନ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ପଦ୍ମ ଚରଣ ସାହୁ, ସଂପାଦକ ସନ୍ତୋଷ କୁମାର ସାହୁ, ପ୍ରାନ୍ତ ଖେଳକୁଦ ସଂଯୋଜକ ସଂଜୟ କୁମାର ମିଶ୍ର, ଏବଂ ମୁଖ୍ୟବକ୍ତା ତଥା ଓଡିଶା ଶିକ୍ଷା ବିକାଶ ସମିତି ସମ୍ପାଦକ ଡଃ. ସରୋଜ କୁମାର ହାତୀ ଉପସ୍ଥିତ ଥିଲେ । ଏହି ଉତ୍ସବ ପ୍ରାନ୍ତ ଖେଳକୁଦ ସଂଯୋଜକ ସଂଜୟ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିବ । ଏହି କାର୍ଯ୍ୟକ୍ରମରେ ସାରା ଓଡିଶାରୁ ୬୫୦ ପ୍ରତିଭାଗୀ ଉପସ୍ଥିତ ଅଛନ୍ତି । ଶେଷରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଂପାଦକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ଆଜି ଠୁ ୩ ଦିନ ଧରି ଚାଲିବ l ସରସ୍ବତୀ ଶିଶୁ ମନ୍ଦିର ପ୍ରଧାନଆଚାର୍ଯ୍ୟ ରବୀନ୍ଦ୍ର କୁମାର ଦାଶ ଅତିଥି ମାନଙ୍କୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ରେ ଯୋଗେ ପାଛୋଟି ଆଣିଥିଲେ l ପ୍ରାରମ୍ଭ ରେ ମା ରାମାୟଣାମ୍ମା ଠାକୁରାଣୀ ମନ୍ଦିର ରୁ କ୍ରୀଡା ଜ୍ୟୋତି କୁ ଅଣାଯାଇଥିଲା l


