ବାଲୁଙ୍କେଶ୍ୱର ପିଠରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ
ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ପିଠରେ ଚଳିତ ବର୍ଷ ମହଶିବରାତ୍ରି ପାଳନପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜି. ଅଭୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ, ତ୍ରିନାଥ ସାସମଲ, ହର ପ୍ରସାଦ ଦାସ, କୈଳାଶ ଚନ୍ଦ୍ର ପ୍ରଧାନ, କାଳୀ ଚରଣ ବିଷୋୟୀ, କେ.ମନୋଜ କୁମାର ଆଚାରୀ, ରଙ୍କ ନିଧି ପଲାଇ, ଜି. ସଞ୍ଜିବ କୁମାର ପାତ୍ର, କେ. ସିମାଞ୍ଚଳ ପାତ୍ର, ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ଦେବନାଥ ରଣା, ପୁଜକ ଅଭିରାମ ବଡୁ, ଧର୍ମରାଜ ପାତ୍ର, କେ.ରାଘବ ଚରଣ ପାତ୍ର ପ୍ରମୁଖ ଯୋଗଦେଇ ନାମଯଜ୍ଞ, ଘ୍ରୁତଯଜ୍ଞର ପ୍ରସ୍ତୁତି ସହ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ଓ ପ୍ରସାଦ ସେବନ ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷ ମହାଶିବରାତ୍ରି ଫେବୃୟାରୀ ୧୫ ତାରିଖରେ ହେଉ ଥିବା ବେଳେ ବାଲିପଦରର ଅନ୍ୟାନ୍ୟ ଶୈବପୀଠରେ ମଧ୍ୟ ପ୍ରସ୍ତୁତି ଚାଲିଥିବା ଜଣାପଡିଛି।


